ଅରିଜିତ୍ ସିଂଙ୍କ କନସର୍ଟକୁ ଅନୁମତି ଦେଲେନି ପଶ୍ଚିମବଙ୍ଗର ତ୍ରୁଣମୂଳ ସରକାର

କୋଲକାତା: ପଶ୍ଚିମବଙ୍ଗର ତ୍ରୁଣମୂଳ ସରକାର ସିଙ୍ଗର ଅରିଜିତ୍ ସିଂଙ୍କ ଏକ କନସର୍ଟକୁ ରଦ୍ଦ କରିଦେଇଛି। ଏହାର କାରଣ ସାଫ୍ରନ୍ ବିବାଦ ବୋଲି କୁହାଯାଉଛି। ଫେବୃଆରୀ ୧୮ ତାରିଖରେ ହୋଇଥାନ୍ତ ଏହି ସଙ୍ଗୀତ କାର୍ଯ୍ୟକ୍ରମ। ତୃଣମୂଳ ସରକାର ସେହି ସ୍ଥାନରେ ଜି-୨୦ ଶିଖର ସମ୍ମିଳନୀର ବାହାନା ଦେଖାଇ କନସର୍ଟକୁ ଅନୁମତି ଦେଇନାହାଁନ୍ତି। ଅରିଜିତ୍ ‘ରଙ୍ଗ ଦେ ତୁ ମୋହେ ଗୋରୁଆ’ ଙ୍କ ଗୀତ ଯୋଗୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପରି କରିଛନ୍ତି ବୋଲି ବିଜେପି ନେତା ଅମିତ୍ ମାଣ୍ଡଭିୟ ଅଭିଯୋଗ ଆଣିଛନ୍ତି। କିଛି ଦି ତଳେ ଅରିଜିତ୍ ମମତାଙ୍କ ସାମ୍ନାରେ କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହି ଗୀତଟିକୁ ଗାଇଥିଲେ। ହିନ୍ଦୁତ୍ୱର ରଙ୍ଗ ନାରଙ୍ଗୀ ବା ଗେରୁଆକୁ ମମତା ନାପସନ୍ଦ କରନ୍ତି। ତେଣୁ ସେ ଅରିଜିତ୍ ଙ୍କ ସଂଗୀତ କାର୍ଯ୍ୟକ୍ରମ ପାଇଁ ଆଦୌ ଅନୁମତି ଦେଲେନାହିଁ, କହିଛନ୍ତି ମାଣ୍ଡଭିୟ।

ତେବେ ଏନେଇ ପଶ୍ଚିମବଙ୍ଗର ମନ୍ତ୍ରୀ ଫିରହାଦ୍ ହାକିମ୍ କହିଛନ୍ତିଯେ, ଇକୋ ପାର୍କରେ ଅରିଜିତ୍ ଙ୍କ ସଂଗୀତ କାର୍ଯ୍ୟକ୍ରମ ହୋଇଥାନ୍ତା। ତାର ଠିକ୍ ବିପରୀତରେ ଜି-୨୦ ସମ୍ମିଳନୀ ପାଇଁ କନଭେନସନ ହଲ୍ ଅଛି । କିଛି ବିଦେଶୀ ଭିଆଇପି ଅତିଥି ସେଥିରେ ଯୋଗ ଦେବେ। ତାଙ୍କ ସୁରକ୍ଷା ପାଇଁ ଅରିଜିତ ଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରାଗଲା। ତଥାପି ଏହାକୁ ନେଇ ବଙ୍ଗ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ।

Related Articles

Back to top button