ସାମନ୍ଥା ବଲିଉଡ୍‌ରେ ଡେବ୍ୟୁ କରିବେ, ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ କରିବେ ରୋମାନ୍ସ

ମୁମ୍ବାଇ: ସାଉଥ ଫିଲ୍ମ ପରେ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ସାମନ୍ଥା । ଦର୍ଶକ ଦେଖିବେ ଚୁଲବୁଲି ନାୟିକା ନିଖୁଣ ଅଭିନୟ ସାଙ୍ଗକୁ ଦମ୍‌ଦାର ଡ୍ୟାନ୍ସ । ସ୍କ୍ରିପ୍ଟ ଫାଇନାଲ, ହିରୋ ବି ଫାଇନାଲ୍‌ । ବାକି ରହିଲା ଖାଲି ଘୋଷଣା । ଖୁବଶୀଘ୍ର କାଷ୍ଟିଂ ସହ ଫିଲ୍ମର ସଟିଂ ମଧ୍ୟ ଆରମ୍ଭ ହେବ ।

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁଯାୟୀ,  ସାଉଥ୍‌ ସୁନ୍ଦରୀ ସାମନ୍ଥା ଖୁବ ଶୀଘ୍ର ବଲିଉଡ୍‌ରେ ନିଜର ଡେବ୍ୟୁ କରିବେ । ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ସ୍କ୍ରିନ୍‌ ସେୟାର କରୁଥିବାର ନଜର ଆସିବେ। ଏହି ଫିଲ୍ମ ପାଇଁ ସାମନ୍ଥା ମଧ୍ୟ ସାଇନ୍‌ କରିଦେଇଛନ୍ତି । ଫିଲ୍ମ ନେଇ ସମସ୍ତ ପ୍ରସ୍ତୁତି ସରିଛି। ଖୁବ୍‌ କମ୍‌ ଦିନ ମଧ୍ୟରେ ନିର୍ମାତାମାନେ ଫିଲ୍ମର ଘୋଷଣା ମଧ୍ୟ କରିପାରନ୍ତି ।

ତେବେ ସାମନ୍ଥାଙ୍କ ଏହି ଡେବ୍ୟୁ ଫିଲ୍ମର ପ୍ରୟୋଜନା ଦାୟିତ୍ୱ ସମ୍ଭାଳିବେ ଦିନେଶ ବିଜନ।  ଚଳିତ ବର୍ଷରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ୨୦୨୩ରେ ରିଲିଜ୍‌ ପାଇଁ ଟାର୍ଗେଟ ରଖାଯାଇଛି । ସାମନ୍ଥା ଓ ଆୟୁଷ୍ମାନଙ୍କ ଯୋଡି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି । ଏହି ଫିଲ୍ମଟି କମେଡି ଓ ସସ୍‌ପେନ୍ସରେ ଭରା ହେବ ବୋଲି ସୂଚନା ମିଳିଛି ।

ସେହିପରି ସାମନ୍ଥା ନିଜର ଡେବ୍ୟୁ ଫିଲ୍ମ ନେଇ ବ୍ୟସ୍ତ ଥିବା ବେଳେ ଆଉ ଏକ ଫିଲ୍ମ ପାଇଁ ମଧ୍ୟ ସାଇନ୍‌ କରିଛନ୍ତି । ଯାହାର ସୁଟିଂ ୨୦୨୩ରେ ଆରମ୍ଭ ହେବାକୁ ଯାଉଛି । କରଣ ଜୋହାରଙ୍କ ଆଗାମୀ ଫିଲ୍ମରେ ସାମନ୍ଥା , ଖିଲାଡି କୁମାରଙ୍କ ସହ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରୟୋଜନା ସଂସ୍ଥା କିମ୍ବା ସାମନ୍ଥାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Related Articles

Back to top button