
ଶୁଟିଂ ସେଟରେ ଅଭିନେତା ସଞ୍ଜୟ ଦତ୍ତ ଆହତ
ନୂଆଦିଲ୍ଲୀ: ଫିଲ୍ମ ଶୁଟିଂ ବେଳେ ଆହତ ହୋଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ । ସଞ୍ଜୟଙ୍କ ମୁହଁ, ହାତ ଓ କହୁଣୀରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ବେଙ୍ଗାଲୁରୁରେ ଏକ ଫିଲ୍ମ ଶୁଟିଂ ବେଳେ ସଞ୍ଜୟ ଆହତ ହୋଇଥିଲେ । ତେବେ ସଞ୍ଜୟ ଆହତ ହେବା ପରେ ଉକ୍ତ ଫିଲ୍ମ ଶୁଟିଂକୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି ।