
ଚିକିତ୍ସା ପାଇଁ ଆମେରିକା ଯିବେ ଶାହରୁଖ ଖାନ୍
ବଲିଉଡ଼ର କିଙ୍ଗ ଖାନ ଶାହରୁଖ ଖାନଙ୍କୁ ନେଇ ବର୍ତ୍ତମାନ ଏକ ଦୁଃଖଦ ଖବର ରହିଛି । ଅଭିନେତାଙ୍କୁ କିଛି ସମୟ ପୂର୍ବରୁ ଅଂଶୁଘାତ କାରଣରୁ ହସ୍ପିଟାଲ ନିଆଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ଆଖିରେ ସମସ୍ୟା ଉପୁଜିଛି । ଏହି କାରଣ ପାଇଁ ତାଙ୍କୁ ଆମେରିକା ନିଆଯିବ । ସେ ପୂର୍ବରୁ ମୁମ୍ବାଇରେ ନିଜ ଆଖିର ଚିକିତ୍ସା କରୁଥିଲେ । ହେଲେ ଏଠାରେ ଚାଲିଥିବା ଚିକିତ୍ସାରେ ସମସ୍ୟା ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୟୁଏଏସ ନିଆଯାଉଛି ।ରିପୋର୍ଟ ଅନୁଯାୟୀ, ଶାହରୁଖ ବର୍ତ୍ତମାନ ଆଖିର ଚିକିତ୍ସା କରୁଛନ୍ତି । ଶାହରୁଖ ଖାନ ନିଜର ଆଖି ଚିକିତ୍ସା ପାଇଁ ମୁମ୍ବାଇର ହସ୍ପିଟାଲକୁ ଯାଇଥିଲେ, ହେଲେ ଯେପରି ସେ ପ୍ଲାନ କରିଥିଲେ, ସେପରି ଚିକିତ୍ସା ହେଲାନାହିଁ । ଶାହରୁଖ ଖାନ ୨୯ ଜୁନରେ ହସ୍ପିଟାଲ ଯାଇଥିଲେ, ହେଲେ ସେଠାରେ ସଠିକ ଭାବେ ଚିକିତ୍ସା ହୋଇପାରିଲାନାହିଁ । ଯେଉଁ କାରଣ ପାଇଁ ତାଙ୍କୁ ୟୁଏଏସ ନିଆଯାଉଛି ।