ନେଟ୍‌ଫ୍ଲିକ୍ସ ୧୨୦ କୋଟି ଟଙ୍କାରେ କିଣିଲା ଶାହାରୁଖଙ୍କ ଫିଲ୍ମ ‘ଜୱାନ’ର ଡିଜିଟାଲ ରାଇଟ୍ସ

୨୦୨୩ରେ ରିଲିଜ ହେବ କିଙ୍ଗ ଖାନ୍‌ ଶାହାରୁଖଙ୍କ ଦୁଇଟି ବଡ଼ ଫିଲ୍ମ। ଦକ୍ଷିଣ ଭାରତୀୟ ଫିଲ୍ମନିର୍ମାତା ଏଟଲିଙ୍କ ଫିଲ୍ମ ‘ଜଓ୍ବାନ’ରେ ତାଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା। ଏହା ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ପ୍ରଶଂସକମାନେ ଦିନ ଗଣୁଛନ୍ତି।

୨୦୨୩ ଜୁନ ୨ରେ ଫିଲ୍ମ ରିଲିଜ ହେବ। ଏହା ପୂର୍ବରୁ ଫିଲ୍ମ କୋଟି କୋଟି ଟଙ୍କାର ବ୍ୟବସାୟ କରିଛି। ଫିଲ୍ମ ‘ଜୱାନ’ଙ୍କୁ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ ମୋଟା ଅଙ୍କ ଦେଇ କିଣି ନେଇଛି। ନିର୍ମାତାମାନେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ସହିତ ୧୨୦ କୋଟି ଟଙ୍କାର ଚୁକ୍ତି କରିଛନ୍ତି। କହିବାକୁ ଗଲେ ‘ଜୱାନ’ର ଡିଜିଟାଲ ରାଇଟ୍ସ ୧୨୦ କୋଟିରେ ବିକ୍ରି ହୋଇଛି।

କହିରଖୁଛୁ, ଚଳଚ୍ଚିତ୍ର ‘ଜଓ୍ବାନ’ରେ ଶାହାରୁଖଙ୍କ ସହ ନାୟିକା ଭାବେ ନୟନତାରା ନଜର ଆସିବେ। ଏହାର ରିଲିଜ ପୂର୍ବରୁ କିଙ୍ଗ ଖାନ୍‌ଙ୍କ ଅଭିନୀତ ‘ପଠାନ’ ବଡ଼ ପରଦାକୁ ଆସିବ। ଏହାକୁ ସିର୍ଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ଦୀପିକା ପାଦ୍ୟୁକୋନ।

Related Articles

Back to top button