୩୦୦ କୋଟି ବଜେଟ୍‌ରେ ନିର୍ମାଣ ହେବ ଫିଲ୍ମ ‘ଶକ୍ତିମାନ’

୧୭ ବର୍ଷ ପରେ ଶକ୍ତିମାନ ସିରିଏଲ ପୁଣି ଥରେ ଏକ ଫିଲ୍ମ ଭାବେ ପରଦାକୁ ଆସିବ

୯୦ ଦଶକର ପିଲାମାନଙ୍କର ସବୁଠାରୁ ପ୍ରିୟ ଶୋ’ ଥିଲା ‘ଶକ୍ତିମାନ’। ୧୯୯୭ରେ ଡିଡି ନ୍ୟାଶନାଲରେ ଆରମ୍ଭ ହୋଇଥିବା ଏହି ଶୋ’ ଦେଖିବା ପାଇଁ ପିଲାମାନେ ସମୟ ପୂର୍ବରୁ ଟିଭି ଆଗରେ ଅପେକ୍ଷା କରି ରହୁଥିଲେ। ଏବେ ୧୭ ବର୍ଷ ପରେ ଏହି ସିରିଏଲ ପୁଣି ଥରେ ଏକ ଫିଲ୍ମ ଭାବେ ପରଦାକୁ ଆସିବ।
ଶୋ’ରେ ‘ଶକ୍ତିମାନ’ର ଚରିତ୍ରରେ ଅଭିନୟ କରିଥିବା ମୁକେଶ ଖାନ୍ନା ନିକଟରେ ’ସୋନି ପିକ୍ଚର୍ସ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ୍ସ’ ସହିତ ଏକ ଚୁକ୍ତ କରି ଫିଲ୍ମ କରିବାକୁ ଘୋଷଣା କରିଥିଲେ। ଏବେ ଫିଳ୍ମର ବଜେଟକୁ ନେଇ ଚର୍ଚ୍ଚା ହେଉଛି।
ମୁକେଶ ଖାନ୍ନା କହିଛନ୍ତି, ଅନେକ ବର୍ଷ ପରେ ଏହି ପ୍ରକଳ୍ପ ମୋ ପାଖକୁ ଆସିଛି। ଲୋକମାନେ ମୋତେ ଶକ୍ତିମାନ-୨ ତିଆରି କରିବାକୁ କହୁଥିଲେ। କିନ୍ତୁ ମୁଁ ପୁଣି ଏହାକୁ ଧାରାବାହିକ ଭାବେ କରିବାକୁ ଚାହୁଁ ନ ଥିଲି। ତେଣୁ ଫିଲ୍ମ ଭାବେ ଆଣିବାକୁ ସୋନି ପ୍ରଡକ୍ସନ୍ସ ସହ ଆଲୋଚନା କରିଥିଲି। ଅତିକମରେ ୩୦୦ କୋଟି ଟଙ୍କାର ଏହା ଏକ ବଡ ଫିଲ୍ମ। ଏହି ବଡ ବଜେରଟ ଫିଲ୍ମ ନିର୍ମାଣ କରିବାକୁ ସମୟ ଲାଗିବ, କିନ୍ତୁ ଏହି ଫିଲ୍ମଟି ଏକ ଦେଶୀ ଧାରଣା ଉପରେ ଆଧାରିତ ହେବ। ମୁଁ ଫିଲ୍ମର କାହାଣୀକୁ ନିଜ ପଦ୍ଧତିରେ ପ୍ରସ୍ତୁତ କରିସାରିଛି । ମୁକେଶ ଖାନ୍ନା ବିନା ଶକ୍ତିମାନ ସମ୍ଭବ ନୁହେଁ। ତେଣୁ ମୁଁ ହିଁ ଫିଲ୍ମରେ ଶକ୍ତିମାନ ହେବି।

Related Articles

Back to top button