ଲିକ୍‌ ହେଲା ରଣବୀରଙ୍କ ‘ଶମଶେରା’ର ଲୁକ୍‌

ଶମଶେରାରେ ରଣବୀରଙ୍କ ଏହି ଲୁକ୍ ଦେଖି ୟୁଜର୍ସମାନେ ଫିଲ୍ମକୁ ଟ୍ରୋଲ କରିବା ସହ  ମିମ ସେୟାର କରୁଛନ୍ତି

ଅଭିନେତା ରଣବୀର କପୁର ବର୍ତ୍ତମାନ ତାଙ୍କ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଗୋଟିଏ ପରେ ଗୋଟିଏ ବଡ ପ୍ରୋଜେକ୍ଟ ସାଇନ୍‌ କରୁଛନ୍ତି। ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କର ସମସ୍ତ ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା  କରି ରହିଛନ୍ତି । ନିକଟରେ ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ୍‌ ହୋଇଛି। ଏହାରି ମଧ୍ୟରେ ବର୍ତ୍ତମାନ ଶାମଶେରା ଫିଲ୍ମରୁ ରଣବୀରଙ୍କ ଲୁକ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରରେ ରଣବୀର କପୁର ସଂପୂର୍ଣ୍ଣ ଭିନ୍ନ ଷ୍ଟାଇଲ୍‌ରେ ନଜର ଆସିଛନ୍ତି ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପୋଷ୍ଟର ଅଫିସିଆଲ ଭାବେ ରିଲିଜ୍ ହୋଇନାହିଁ। ଫିଲ୍ମର ପୋଷ୍ଟର ଲିକ୍ ହୋଇଛି କିମ୍ବା ଏହା ଫ୍ୟାନ୍ ମେଡ୍‌ ଦ୍ବାରା ହୋଇଛି ବୋଲି ବିଶ୍ୱାସ କରାଯାଉଛି। ଖାଲି ସେତିକି ନୁହେଁ, ଶମଶେରାରେ ରଣବୀରଙ୍କ ଏହି ଲୁକ୍ ଦେଖି ୟୁଜର୍ସମାନେ ଫିଲ୍ମକୁ ଟ୍ରୋଲ କରିବା ସହ  ମିମ ସେୟାର କରୁଛନ୍ତି।

ଖବର ଅନୁଯାୟୀ, ରଣବୀର କପୁରଙ୍କ ଫିଲ୍ମ ଶମଶେରା ଜୁଲାଇ ୨୨ରେ ପ୍ରେକ୍ଷାଳୟକୁ ଆସିବ। ତାଙ୍କ ବ୍ୟତୀତ ବାଣୀ କପୁର, ସଞ୍ଜୟ ଦତ୍ତ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ପୋଷ୍ଟର ଦେଖି ପ୍ରଶଂସକମାନେ ରଣବୀର କପୁରଙ୍କୁ ପ୍ରଶଂସା କରୁଥିବା ବେଳେ ଅନେକ ୟୁଜର୍ସର ଟ୍ରୋଲ କରୁଛନ୍ତି। ଭାଇରାଲ୍ ହେଉଥିବା ଏହି ପୋଷ୍ଟର ସହିତ ଅନେକ ମିମ ମଧ୍ୟ ସେୟାର କରାଯାଉଛି । ସୋସିଆଲ ମିଡିଆରେ ରଣବୀର କପୁରଙ୍କ ଲୁକକୁ ହଲିଉଡର ହିଟ୍ ଫିଲ୍ମ ‘ଥର: ଲଭ୍ ଆଣ୍ଡ ଥଣ୍ଡର’ର ପୋଷ୍ଟର ସହିତ ତୁଳନା କରାଯାଉଛି।

Related Articles

Back to top button