‘ଡବଲ ଏକ୍ସେଲ’ ଫିଲ୍ମରେ ସୋନାକ୍ଷୀ ସିହ୍ନା ଓ ହୁମା କ୍ୟୁରେଶୀଙ୍କ ସହ ନଜର ଆସିବେ ଶିଖର ଧାୱନ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଓ ହୁମା କ୍ୟୁରେଶୀଙ୍କ ଆଗାମୀ ଫିଲ୍ମ ଡବଲ ଏକ୍ସେଲରେ ଦର୍ଶକମାନଙ୍କୁ ଜଣେ କ୍ରିକେଟରଙ୍କ ଭୂମିକା ଚକିତ କରିବ । ଏହି କ୍ରିକେଟର ଜଣକ ହେଲେ ଶିଖର ଧାୱନ । ସେ ଫିଲ୍ମରେ ଛୋଟ କିନ୍ତୁ ଦମଦାର ରୋଲ କରିଛନ୍ତି । ମୋ ନିକଟକୁ ଯେତେବେଳେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ଆସିଲା ମୁଁ ସଙ୍ଗେ ସଙ୍ଗେ ହଁ କରି ଦେଇଥିଲି । ଏହାର ପ୍ରମୁଖ କାରଣ ଫିଲ୍ମର କାହାଣୀ ମୋତେ ବେଶ ପସନ୍ଦ ଆସିଥିଲା ବୋଲି ଧାୱନ କହିଛନ୍ତି । ଜଣେ ଆଥଲେଟ ଭାବେ ମୁଁ ସର୍ବଦା ବ୍ୟସ୍ତ ରହିଥାଏ । ତାହା ମଧ୍ୟରେ ଯଦି କିଛି ମନୋରଂଜନର ମାଧ୍ୟମ ମିଳେ ତାକୁ କିପରି ହାତଛଡା କରିବି ବୋଲି ସେ ହସି କରି କହିଛନ୍ତି ।

ଡବଲ ଏକ୍ସେଲ ଫିଲ୍ମ ମାଧ୍ୟମରେ ମେକର୍ସ ଆଜି କାଲିର ଯୁବ ପିଢ଼ୀଙ୍କୁ ଏକ ଭଲ ମେସେଜ ଦେଇଛନ୍ତି । ନଭେମ୍ବର ୪ରେ ଏହି ଫିଲ୍ମ ରିଲିଜ ହେବ । ଏଥିରେ ଜାହୀର ଇକବାଲ ଓ ମହତ ରାଘବେନ୍ଦ୍ର ମଧ୍ୟ ଅଭିନୟ କରୁଛନ୍ତି ।

Related Articles

Back to top button