
ଖୁବଶୀଘ୍ର ବାହା ହେବେ ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା
ନୂଆଦିଲ୍ଲୀ : ପୁଣି ଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ଯାଉଥିବା ଖବର ମିଳିଛି। ଖୁବଶୀଘ୍ର କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ହାତକୁ ଦି ହାତ ହେବେ ବୋଲି ଜଣାପଡ଼ିଛି । ସିଦ୍ଧାର୍ଥ ଏବଂ କିଆରା ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି। ଫିଲ୍ମ ‘ଶେରଶାହା’ରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଦୁହେଁ ପରସ୍ପରର ନିକଟତର ହେଉଥିବାର ନଜର ଆସିଥିଲେ । ଏଥିସହ ଦୁଇ ପ୍ରେମୀଙ୍କୁ ଏକାସାଙ୍ଗରେ ମୁମ୍ବାଇରେ ବୁଲୁଥିବାର ଓ ପରସ୍ପର ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା ।
ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟି ସେମାନଙ୍କ ବାହାଘରର ତାରିଖ ସାମ୍ନାକୁ ଆସିଛି । ୨୦୨୩ ଏପ୍ରିଲ ମାସରେ ଦୁହେଁ ଦିଲ୍ଲୀରେ ବିବାହ କରିପାରନ୍ତି ବୋଲି ଖବର ମିଳିଛି। ଉଭୟ ଦିଲ୍ଲୀରେ ବିବାହ କରିବେ ଏବଂ କକଟେଲ ପାର୍ଟି ଠାରୁ ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶେରଶାହା ଫିଲ୍ମରେ ସିଦ୍ଧାର୍ଥ ଓ କିଆରାଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଥିବା ବେଳେ ସେବେ ଠାରୁ ଏମାନଙ୍କ ଯୋଡିକୁ ନେଇ ଅନେକ ଚର୍ଚ୍ଚା ଚାଲିଛି।
କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା। କୁହାଯାଉଥିଲା କି ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି। ହେଲେ ଏକ ଇଭେଣ୍ଟରେ ସିଦ୍ଧାର୍ଥ ଏବଂ କିଆରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଅର୍ପିତାଙ୍କ ଇଦ୍ ପାର୍ଟିରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଫ୍ଲାଟରେ ଦୁହେଁ ଏକାସାଥିରେ ସମୟ ବିତାଉଥିବାର ନଜର ଆସିଥିଲେ। ତେବେ ଖୁବଶୀଘ୍ର ଏମାନଙ୍କ ବିବାହ ନେଇ ପ୍ୟାନ୍ସ ବେଶ୍ ଉତ୍ସାହିତ ରହିଛନ୍ତି।