ଲୋକପ୍ରିୟ ଗାୟକ ଭୂପିନ୍ଦର ସିଂହଙ୍କ ୮୨ ବର୍ଷ ବୟସରେ ପରଲୋକ

କର୍କଟ ଓ କୋଭିଡ୍ ଯୋଗୁ ବିୟୋଗ ହୋଇଥିବା ପତ୍ନୀ ଦେଲେ ସୂଚନା

ନୂଆଦିଲ୍ଲୀ: ଭେଟେରାନ ଗାୟକ ଭୂପିନ୍ଦର ସିଂହଙ୍କ ପରଲୋକ ହୋଇଛି। ମୁମ୍ବାଇ ଅନ୍ଧେରୀ ସ୍ଥିତ କ୍ରିଟିକେୟାର ହସ୍‌ପିଟାଲ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭୂପିନ୍ଦର ସିଂହ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପତ୍ନୀ ଗାୟିକା ମିତାଲି ମୁଖାର୍ଜୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ” ପରିସ୍ରା ସଂକ୍ରମଣ ଯୋଗୁ ତାଙ୍କୁ ୧୦ ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର କୋରନା ଟେଷ୍ଟ କରାଯିବାରୁ ପଜିଟିଭ ବାହାରିଥିଲା। ତେବେ ପେଟରେ କର୍କଟ ଓ କୋଭିଡ୍ ଯୋଗୁ ଆଜି ସନ୍ଧ୍ୟା ପ୍ରାୟ ୭.୪୫ ମିନିଟ ସମୟରେ ସେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି।” ପିଟିଆଇକୁ ସୂଚନା ଦେଇ ଏପରି କହିଛନ୍ତି ମିତାଲି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ହେବ ବୋଲି ମିତାଲି କହିଛନ୍ତି।

ଭୂପିନ୍ଦରଙ୍କର ଜନ୍ମ ପଞ୍ଜାବର ଅମ୍ରିତସର ଠାରେ ହୋଇଥିଲା। ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓରେ ସେ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତା ସହ ଦିଲ୍ଲୀ ଦୂର ଦର୍ଶନ ସହିତ ବି ସେ କାମ କରିଥିଲେ। ତେବେ ୧୯୬୨ ମସିହାରେ ସଂଗୀତ ନିର୍ଦ୍ଦେଶକ ମଦନ ମୋହନ ଭୂପିନ୍ଦରଙ୍କୁ ଏକ ପାର୍ଟିରେ ଗିଟାର ବଜାଉଥିବାର ଦେଖି ତାଙ୍କୁ ମୁମ୍ବାଇ ଡାକିଥିଲେ। ଏହାପରେ ତାଙ୍କୁ ଫିଲ୍ମ ହକିକତରର ‘ହୋକେ ମଜବୁର; ନାମକ ଏକ ଗୀତ ଅଫର କରିଥିଲେ। ଏହାପରେ ତାଙ୍କର ବଲିଉଡ୍ ଯାତ୍ରା ଆରମ୍ଭ ହୋଇଥିଲା। ସେ ଅନେ ଆଲବମ୍‌ରେ ମଧ୍ୟ ଗୀତ ଗାଇଛନ୍ତି।

ତାଙ୍କର ୫ ଦଶନ୍ଧୀର ଲମ୍ବା ଗାୟକ କ୍ୟାରିୟର ଭିତରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ବଲିଉଡ୍‌ର ଖ୍ୟାତନାମା ଗାୟକ- ମହମ୍ମଦ ରଫି, ଆର୍‌ଡି ବର୍ମନ, ଲତା ମଙ୍ଗେସ୍କର, ଆଶା ଭୋସଲେ, ଏବଂ ବାପି ଲାହିରିଙ୍କ ଭଳି ଅନେକ ଗାୟକ ଓ ସଂଗୀତକାରଙ୍କ ସହ ସେ ଗୀତ ଗାଇଛନ୍ତି। ଗଜଲ ପାଇଁ ସେ ଖୁବ୍‌ ଫେମସ୍। ତାଙ୍କର ସୁଲଳିତ କଣ୍ଠରେ ଅନେକ ଗୀତ ଖୁବ୍ ହିଟ୍ ହୋଇଛି। ବିଶେକରି ଫିଲ୍ମ ମୌସମ, ସତ୍ତେ ପେ ସତ୍ତା, ଆହିସ୍ତା ଆହିସ୍ତା ଦୂରିଆଁ, ହକିକତ ଭଳି ଫିଲ୍ମରେ ତାଙ୍କର ଗୀତ ଶ୍ରୋତାଙ୍କୁ ଛୁଇଁଥିଲେ।

ସେ ଗାଇଥିବା ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ – ଦିଲ୍‌ ଢୁଣ୍ଡତା ହେ, ନାମ ଗୁମ ଜାଏଗା, ଏକ ଅକେଲା ଇସ୍ ସେହେର ମେଁ, କିସି ନଜର କୋ ତେରା ଇନ୍ତିଜାର ଆଜ ଭି ହେ, ହୋକେ ମଝବୁର ମୁଝେ, ଉସ୍‌ନେ ବୁଲାୟା ହୋଗା ଆଦି ଅନ୍ୟତମ।

Related Articles

Back to top button