ମା’ ହେଲେ ସୋନମ କପୁର

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଫ୍ୟାଶନ୍‌ ଡିଭା ତଥା ଅଭିନେତ୍ରୀ ସୋନମ କପୁର। ବିବାହର ଚାରି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନୀତୁ କପୁର ତାଙ୍କର ଇନ୍‌ଷ୍ଟାଗ୍ରାମରେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏପରିକି ସେ ପ୍ରଥମ ଥର ଅଜା ଆଇ ହୋଇଥିବା ଅନିଲ କପୁର ଏବଂ ସୁନୀତା କପୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୋନମ ଏବଂ ସ୍ବାମୀ ଆନନ୍ଦ ଆହୁଜାଙ୍କ ବାର୍ତ୍ତା ଶେୟାର କରିଛନ୍ତି ନୀତୁ। ସେଥିରେ ଲେଖାଯାଇଛି, ୨୦୨୨ ଅଗଷ୍ଟ ୨୦ରେ ଆମେ ଖୋଲା ହୃଦୟରେ ଆମ ପୁଅକୁ ସ୍ବାଗତ କଲୁ। ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ଆମ ଯାତ୍ରାରେ ସାମିଲ ହୋଇଥିବାକୁ ନେଇ ଧନ୍ୟବାଦ। ଏବେ ଆରମ୍ଭ ହୋଇଥିଲେ ହେଁ ସବୁକିଛି ବଦଳିଯାଇଛି।

କହିରଖୁଛୁ, ୨୦୧୮ରେ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ ସୋନମ। ଚଳିତ ବର୍ଷ ମାର୍ଚ୍ଚରେ ସେ ମା’ ହେବାକୁ ଯାଉଥିବା ଘୋଷଣା କରିଥିଲେ। ବେବିବମ୍ପ ସହ ନିଜର ଫଟୋ ଶେୟାର କରି ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଖାସ୍‌ ବାର୍ତ୍ତା ମଧ୍ୟ ଦେଇଥିଲେ।

Related Articles

Back to top button