‘ଏମରର୍ଜେନ୍ସି’ ଫିଲ୍ମରେ ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ସାଉଥ ଅଭିନେତା ବିଶକ ନାୟର

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରନାୱତଙ୍କ ଆଗାମୀ ଫିଲ୍ମ ‘ଏମରର୍ଜେନ୍ସି’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସଞ୍ଜୟ ଗାନ୍ଧୀଙ୍କ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ସାଉଥ ଅଭିନେତା ବିଶକ ନାୟର ସଞ୍ଜୟ ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏନେଇ କଙ୍ଗନା ଇନଷ୍ଟାଗ୍ରାମରେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ବିଶକ ନାୟର ସାଉଥ ଇଣ୍ଡଷ୍ଟ୍ରୀର ଜଣେ ଯୁବ ପ୍ରତିଭାବାନ ଅଭିନେତା । ଅନ୍ୟପଟେ କଙ୍ଗନା ରନାୱତଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଇମରଜେନ୍ସୀରେ ବର୍ତ୍ତମାନ ସୁଦ୍ଧା ଅନୁପମ ଖେର, ମହିମା ଚୌଧୁରୀ, ଶ୍ରେୟସ ତଲପଡ଼େ ଓ ମିଲନ୍ଦ ସୋମନଙ୍କ ଲୁକ୍ ସାମ୍ନାକୁ ଆସିଛି ।

Related Articles

Back to top button