ଖୁବ୍‌ ଶୀଘ୍ର ବିବାହ କରିବେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚର୍ଚ୍ଚାରେ ବାହୁବଲୀ ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ । ଅପେକ୍ଷାରେ ରହିଛନ୍ତି ଅନୁଷ୍କାଙ୍କ ପ୍ରଶଂସକ  ।

ପୂର୍ବରୁ ଶୁଣିବାକୁ ମିଳିଥିଲା ଅଭିନେତା ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀ ଦୁହେଁ ଦୁହିଁଙ୍କୁ ଡେଟିଂ କରୁଛନ୍ତି। ଉଭୟ ବିବାହ କରିବାକୁ ଯାଉଥିବାର ଖବର ବି ଆସିଥିଲା। ଏନେଇ ଅନୁଷ୍କା କହିଛନ୍ତି ଯେ, ‘ମୁଁ ପ୍ରଭାସଙ୍କୁ୧୫ ବର୍ଷରୁ ଅଧିକ ସମୟରୁ ଜାଣିଛି ଏବଂ ସେ ମୋର ଜଣେ ଭଲ ବନ୍ଧୁ’। ଆମ ୨ ଜଣଙ୍କ ମଧ୍ୟରେ ସେମିତି କିଛି ନାହିଁ । ତେବେ ଅନୁଷ୍କା ତେଲଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ବୋଲି ହଁ କି ନାଁ କହିନାହାଁନ୍ତି  । ହେଲେ ସତ କଥା ଟା ହେଉଛି ଅନୁଷ୍କା ଖୁବ୍‌ ଶୀଘ୍ର ତେଲଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ମହତ୍ସୋବରେ ତାଙ୍କ ପରିବାର ସଦସ୍ୟ ଯୋଗ ଦେବେ ବୋଲି ସୂଚନା ରହିଛି  । ଅନୁଷ୍କା ଶେଟ୍ଟୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେ ବାହୁବଲୀ ଫିଲ୍ମରୁ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ଖୁବ୍ ଶୀଘ୍ର ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ରେ ନଜର ଆସିବେ।

Related Articles

Back to top button