‘ଡନ-୩’ରେ ଶାହାରୁଖ, ଅମିତାଭ, ରଣବୀର ଏକତ୍ର ଅଭିନୟ କରନ୍ତୁ ବୋଲି ଚାହୁଁଛନ୍ତି ଫରହାନ ଅଖତାର

ମୁମ୍ବାଇ: ଫରହାନ ଅଖତାର ଡନ ଥ୍ରୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖ ଖାଁଙ୍କୁ ଫରହାନ ପ୍ରଥମେ ଯେଉଁ ସ୍କ୍ରିପ୍ଟ ଶୁଣାଇଥିଲେ ତାହା ତାଙ୍କୁ ପସନ୍ଦ ଆସି ନ ଥିଲା । ଏବେ ସେ ସମ୍ପୂର୍ଣ୍ଣ ନୂତନ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଶାହାରୁଖ, ଅମିତାଭ ବଚ୍ଚନ ଓ ରଣବୀର ସିଂ ଏକତ୍ର ଅଭିନୟ କରନ୍ତୁ ବୋଲି ଫରହାନ ଚାହୁଁଛନ୍ତି । ଅମିତାଭ ପ୍ରଥମେ ଡନ ଫିଲ୍ମ କରି ବେଶ ଲୋକପ୍ରିୟ ହୋଇଥିଲେ। ଶାହାରୁଖ ଏହି ଫ୍ରାଂଚାଇଜକୁ ଆଉ ଗୋଟିଏ ପାଦ ଆଗକୁ ନେଇଥିଲେ । ରଣବୀର ଏଥିରେ କ୍ୟାମିଓ କରିବେ । ଶାହାରୁଖଙ୍କ ଏହା ଶେଷ ଡନ ପ୍ରୋଜେକ୍ଟ ହେବ। ଏହା ପରେ ରଣବୀର ଏହାକୁ ଆଗକୁ ବଢ଼ାଇବେ।

ତେବେ ଫରହାନଙ୍କ ଏହି ଉଦ୍ୟମ ବାସ୍ତବ ରୂପ ନେଉଛି କି ନାହିଁ ତାହା ଦେଖିବା କଥା। ଡନ ଥ୍ରୀକୁ ଦର୍ଶକମାନେ ଅପେକ୍ଷା କରିଥିଲେ ମଧ୍ୟ  ଫରହାନ ଏ ପର୍ଯ୍ୟନ୍ତ ଏହାର ସ୍କ୍ରିପ୍ଟ ଏବଂ ଅନ୍ୟ କଳାକାର ଚୟନ କରିପାରି ନାହାନ୍ତି। ତେବେ ଅଳ୍ପ ଦିନ ମଧ୍ୟରେ ଏ ନେଇ ମେକର୍ସଙ୍କ ପକ୍ଷରୁ ଚୂଡାନ୍ତ ନିଷ୍ପତି ନିଆଯିବ ବୋଳି କୁହାଯାଇଛି।

Related Articles

Back to top button