
‘ମହାଭାରତ’ ଚଳଚ୍ଚିତ୍ରକୁ ନେଇ ରାଜାମୌଲିଙ୍କ ବଡ ଘୋଷଣା
ବାହୁବଲୀ, ବାହୁବଲୀ-୨ ଏବଂ ଆରଆରଆର ଭଳି ବ୍ଲକବଷ୍ଟର ଫିଲ୍ମ ନିର୍ମାଣ କରିଥିବା ପପୁଲାର ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି। ବର୍ତ୍ତମାନ ମହାପୁରାଣ ଉପରେ ନଜର ରଖିଛନ୍ତି। ଯାହାର କାହାଣୀ ଟିଭିରେ ଦେଖାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ତାହାକୁ କେହି ବଡ଼ ପରଦାରେ ଦେଖାଇବାକୁ ସାହସ କରି ନାହାଁନ୍ତି। କିନ୍ତୁ ବର୍ତ୍ତମାନ ରାଜାମୌଲି ଏହି ବିଗ୍ ବଜେଟ୍ ପ୍ରୋଜେକ୍ଟକୁ ବଡ଼ ପରଦାରେ ଉପସ୍ଥାପନ କରିବାକୁ ଆଗେଇ ଆସିଛନ୍ତି ।
ରାଜମୌଲି କେବଳ ପରଦାରେ କାହାଣୀକୁ ଏକ ନିଆରା ଢଙ୍ଗରେ ଦେଖାଆନ୍ତି କରନ୍ତି ନାହିଁ ବରଂ ସେ କୌଣସି ଫିଲ୍ମ କରିବା ପୂର୍ବରୁ ଗଭୀର ଅନୁସନ୍ଧାନ ମଧ୍ୟ କରନ୍ତି । ଏନେଇ ରାଜାମୌଲିଙ୍କ ମହାଭାରତର କାହାଣୀକୁ ବଡ ପରଦାରେ ଆଣିବା ପାଇଁ ଏ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ରାଜାମୌଲି କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ରକୁ ବଡ଼ ଏବଂ ଉନ୍ନତ କରିବା ପାଇଁ ମହାଭାରତ ତାଙ୍କର ବହୁ ପ୍ରତୀକ୍ଷିତ ଡ୍ରିମ୍ ପ୍ରୋଜେକ୍ଟ। ଏହାକୁ ଆରମ୍ଭ କରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିବ ବୋଲି କରିଛନ୍ତି।
କହିବାକୁ ଗଲେ ମହାଭାରତର କାହାଣୀକୁ ବଡ ପରଦାରେ ଆଣିବା ପାଇଁ କୋଟି କୋଟି ଟଙ୍କା ଲାଗିବ ଏବଂ ଏହା ବୋଧହୁଏ ସିନେମା ଇତିହାସରେ ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ହେବ । ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ଶୁଣି ଖୁବ୍ ଉତ୍ସାହିତ ଅଛନ୍ତି ।