ପୁଣିଥରେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର।

ପୁଣିଥରେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କର ମ୍ୟାନେଜର ସାଗର ବେହେରା ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ଓ ତାଙ୍କ ସହଯୋଗୀ ମିଶି ତାଙ୍କୁ ମାଡ଼ ମାରିଥିବା ନେଇ ପ୍ରମୋଦ ବେହେରା ବାଦାମବାଡ଼ି ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ପାଲା ମଣ୍ଡପ ନିକଟରେ ପ୍ରମୋଦ ରହୁଥିବା ଭଡ଼ା ଘରେ ସାଗର ଅନ୍ୟ ଜଣେ ଯୁବକଙ୍କୁ ନେଇ ପହଞ୍ଚି ଥିଲେ। ଏହାପରେ ବନ୍ଦ ଘର ଭିତରେ ତାଙ୍କୁ ମାଡ଼ ମାରିଥିଲେ ଏହାପରେ ତାଙ୍କୁ ଘରୁ ଘୋଷାଡ଼ି ନେଇ ଏକ ସ୍କୁଟିରେ ବସାଇ କୁଆଡ଼େ ନେଇ ଯାଇଥିଲେ। ଏହି ଆକ୍ରମଣରେ ପ୍ରମୋଦଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ ଏତଲାରେ ଦର୍ଶାଇଛନ୍ତି। ହ୍ୟୁମାନଙ୍କ ନାଁରେ ଫେସବୁକରେ କାହିଁକି ଲେଖୁଛୁ, ଆଉ ଲେଖିଲେ ତତେ ମାରିଦେବୁ ବୋଲି ତାଙ୍କୁ ଧମକ ମିଲିଥିବା ପ୍ରମୋଦ କହିଛନ୍ତି।

Related Articles

Back to top button