୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ

ଭୁବନେଶ୍ୱର: ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଆଜି ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଆସନ୍ତାକାଲି ୮ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ । ଏନେଇ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ପାଇଁ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ଆଇନଗତ ବିବାଦରେ ଦେଖାଦେଇଥିଲା । କପି ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯିବା ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଫଳରେ ଗତ ମାସ ୧୮ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କରିଦେଇଥିଲେ । ଏହାପରେ ଏକମାସ ମଧ୍ୟରେ ସାନି ତାଲିକା ଘୋଷଣା କରିବାକୁ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

Related Articles

Back to top button