ଡିସେମ୍ବର ୯ ତାରିଖରେ ମୁକ୍ତିଲାଭ କରିବ ମର୍ଡର୍‌ ମିଷ୍ଟ୍ରୀ ଥ୍ରିଲର୍‌ ‘ବ୍ଲର୍‌’ ଫିଲ୍ମ

ମୁମ୍ଵାଇ: ଆସନ୍ତା ଡିସେମ୍ବର ୯ ତାରିଖରେ ଓଟିଟି ପ୍ଲାଟ୍‌ଫର୍ମରେ ମର୍ଡର୍‌ ମିଷ୍ଟ୍ରୀ ଥ୍ରିଲର୍‌ ‘ବ୍ଲର୍‌’ ଫିଲ୍ମ ମୁକ୍ତିଲାଭ କରିବ । ନିଜ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ରେ ଏହି ଖବର ଶେୟାର କରିଛନ୍ତି ତାପସୀ । ଫିଲ୍ମର ଟିଜର୍‌ ସେ ଜାରି କରିଛନ୍ତି । ଅଜୟ ବହଲ୍‌ଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମରେ ଗୁଲଶନ୍‌ ଦେବାଇୟା ମଧ୍ୟ ଅଭିନୟ କରିଛନ୍ତି । ତାପସୀଙ୍କ ପ୍ରଡକ୍ସନ୍‌ ବ୍ୟାନର୍‌ ଆଉଟ୍‌ସାଇଡର୍ସ ଫିଲ୍ମସ ଏହାର ସହ-ପ୍ରଯୋଜନାରେ ଅଛି ।

ଭିଡିଓରେ ତାପସୀ ଠିକ୍‌ରେ ଦେଖିପାରୁନାହାନ୍ତି । ତେଣୁ ତାଙ୍କ ଦୁନିଆ ବ୍ଲର୍‌ ବା ‘ଧୂଆଁଳିଆ’ ହୋଇଯାଇଛି । ସେ ଜଣକୁ ଡାକୁଛନ୍ତି ଏବଂ ତାଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି । କାରଣ ଘର ସାରା କ୍ୟାମେରା ଘୂରୁଥିବା ଦେଖିବାକୁ ମିଳିଛି । କିନ୍ତୁ ତାଙ୍କ ଡାକର କେହି ଉତ୍ତର ଦେଉନାହାନ୍ତି । ଏକ ଚିତ୍କାର ସହିତ ଭିଡିଓଟି ଶେଷ ହୋଇଛି । ଫିଲ୍ମର ପ୍ରୋମୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରି ତାପସୀ କ୍ୟାପ୍‌ସନ ଲେଖିଛନ୍ତି ‘ବିପଦର ଆଶଙ୍କା ଚତୁପାଶ୍ୱର୍ରେ ରହିଛି, କିନ୍ତୁ ଗାୟତ୍ରୀ କ’ଣ ଏହାକୁ ଆସୁଥିବା ଦେଖିବ? ତା’ ଆଖିରେ ତା’ର ଦୁନିଆକୁ ଦେଖିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।’

ଗାୟତ୍ରୀ(ତାପସୀ)ର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ । ନିଜ ଯମଜ ଭଉଣୀର ମୃତ୍ୟୁର ଯାଞ୍ଚ୍‌ ପାଇଁ ଚେଷ୍ଟା କରୁଥିବାବେଳେ ସେ ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଉଛି । ଫିଲ୍ମର ଅଧିକାଂଶ ସୁଟିଂ  ନୈନିତାଲରେ ହୋଇଛି । ରାଜକୁମାର ହିରାନିଙ୍କ ସାମାଜିକ ଡ୍ରାମା-କମେଡି ‘ଡଙ୍କି’ରେ ତାପସୀ ନଜର ଆସିବେ । ଏଥିରେ ପ୍ରଥମ ଥର ସେ ଶାହ୍‌ରୁଖ ଖାନ୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ । ୨୦୨୩ ମସିହା, ଡିସେମ୍ବର ୨୨ ତାରିଖରେ ‘ଡଙ୍କି’ ମୁକ୍ତିଲାଭ କରିବ ।

Related Articles

Back to top button