‘ଦ କେରଳ ଷ୍ଟୋରି’ର ଅଭିନେତ୍ରୀ ଅଦା ଶର୍ମା ସଡ଼କ ଦୁର୍ଘଟଣାରେ ଆହତ

ନୂଆଦିଲ୍ଲୀ: ବିବାଦ ଭିତରେ ପ୍ରଶଂସା ସାଉଁଟୁଥିବା ଫିଲ୍ମ ‘ଦ କେରଳ ଷ୍ଟୋରି’  ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଦା ଶର୍ମା ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଅଳ୍ପସମୟ ତଳେ ଏ ନେଇ ସ୍ପଷ୍ଟୀକରଣ ଦେବା ସହ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ନିଜେ ଅଭିନେତ୍ରୀ ।   ଦୁର୍ଘଟଣା ନେଇ ନିଜେ ଅଦା ଶର୍ମା  ଟୁଇଟ କରି ସେ ଠିକ ଥିବା ଜଣାଇଛନ୍ତି ।

ଅଦା ଶର୍ମା ଆହତ ଖବର ଶୁଣି ସୋଶିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କର ସୁସ୍ଥ ଆରୋଗ୍ୟ କାମନା କରିଥିଲେ । ଏହା ପରେ ଅଦା ଶର୍ମା ନିଜ ଟୁଇଟରେ ଏକ ମେସେଜ ନିଜ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଛାଡିଛନ୍ତି । ଏଥିରେ ସେ କହିଛନ୍ତି, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ କିମ୍ବା ତାଙ୍କ ଟିମ ସହ ବିଶେଷ କିଛି ହୋଇନାହିଁ । ତାଙ୍କ ଦୁର୍ଘଟଣା ଖବର ପ୍ରଚାର ହେବା ପରେ ଅନେକ ମେସେଜ ସେ ପାଇଛନ୍ତି । ପୁରା ଟିମ ଆମର ଭଲ ଅଛନ୍ତି । ବ୍ୟସ୍ତ ହେବା ପରି କିଛି ଘଟିନାହିଁ’ ବୋଲି ସେ ତାଙ୍କ ଟୁଇଟର ମେସେଜରେ ଉଲ୍ଲେଖ କରିଛନ୍ତି । ଏଥିସହିତ ସେ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ହାର୍ଟ ଇମୋଜି ଦେଇ ଧନ୍ୟବାଦ ଜଣାଇଛନ୍ତି ।

ଅଦା ଶର୍ମାଙ୍କ ମେସେଜ ପାଇବା ପରେ ଫ୍ୟାନ୍ସମାନେ ବି ପ୍ରତିକ୍ରିୟା ରଖିଛନ୍ତି । ଘଟଣା ବିଷୟରେ ସୂଚନା ଦେଇ ଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଯାତ୍ରା ସମୟରେ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି  ପ୍ରଶଂସକମାନେ ।

Related Articles

Back to top button