ହଲିଉଡ ଫିଲ୍ମ ‘ଦି ଟ୍ରାନ୍ସପୋର୍ଟର’ର ରିମେକରେ ଅଭିନୟ କରିବେ ଟାଇଗର-ହ୍ରିତିକ

ମୁମ୍ବାଇ: ହିନ୍ଦୀ ସିନେମାରେ ଏବେ ରିମେକର ଯୁବ ଚାଲିଛି କହିଲେ ଭୁଲ ହେବନି । ସାଉଥ ସୁପରହିଟ ଫିଲ୍ମର କ୍ରମାଗତ ରିମେକ ପରେ ଏବେ ହଲିଉଡ ଉପରେ ନଜର ପକାଇଛି ବଲିଉଡ । ରିପୋର୍ଟ ମୁତାବକ ବହୁ ଚର୍ଚ୍ଚିତ ଫ୍ରେଂଚ ଆକ୍ସନ ଥ୍ରୀଲର ଦି ଟ୍ରାନ୍ସପୋର୍ଟରର ରିମେକରେ ଅଭିନୟ କରିବାକୁ ଯାଉଛନ୍ତି ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ । ୨୦୦୨ରେ ହଲିଉଡର ଏହି ଫିଲ୍ମ ସେ ସମୟରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଆକ୍ସନ ଓ ଥ୍ରୀଲ ଫିଲ୍ମ କରିବାରେ ଧୂରନ୍ଧର ବିଶାଳ ରାଣା ଏହାର ରିମେକ ପାଇଁ ଅଣ୍ଟା ଭିଡିଛନ୍ତି । ଏଥିନେଇ ସେ ଦି ଟ୍ରାନ୍ସପୋର୍ଟରର ମେକର୍ସଙ୍କ ନିକଟରୁ ବିଧିବଦ୍ଧ ଭାବେ ଅନୁମତି ଆଣି ସାରିଛନ୍ତି ।

ସେ ଏ ନେଇ କଳାକାର ଚୂଡାନ୍ତ କରି ନ ଥିଲେ ମଧ୍ୟ ହ୍ରିତିକ, ଟାଇଗର ଓ ରଣବୀର ସିଂ ମୋର ପସନ୍ଦ ବୋଲି ସେ କହିଛନ୍ତି । ସୀମିିତ ବଜେଟରେ ଏହି ଫିଲ୍ମ ଭବ୍ୟ ଭାବେ ନିର୍ମାଣ କରିବା ମୋ ପାଇଁ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି । ହ୍ରିତିକ ଏକ ପ୍ରକାର ଚୂଡାନ୍ତ ହୋଇଥିବା ବେଳେ ରଣବୀର ଓ ଟାଇଗରଙ୍କୁ ନେଇ ଆଲୋଚନା ଚାଲିଛି ।

Related Articles

Back to top button