
ପୁଣିଥରେ ଏକାଠି ସ୍କ୍ରିନ ସେୟାର କରିବେ ବରୁଣ- ସାରା
ବଲିଉଡ୍ ଚକଲେଟ ହିରୋ ବରୁଣ ଧାୱନ ନିଜର ଆଗାମୀ ଫିଲ୍ମ ‘ୟେ ୱତନ୍.ମେରେ ୱତନ୍’ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ତାଙ୍କ ହିରୋଇନ୍ ହେଉଛନ୍ତି ସାରା ଅଲି ଖାନ । ଫିଲ୍ମର କାହାଣୀ ବାସ୍ତବ ଘଟଣା ଉପରେ ଆଧାରିତ। ଯାହାର କାହାଣୀ ଲେଖିଛନ୍ତି ଦାରୁବ ଫାରୁକ୍କି ଏବଂ କନ୍ନନ୍ ଆୟର। ଚଳଚ୍ଚିତ୍ରଟି କରଣ ଜୋହରଙ୍କ ଧର୍ମାଟିକ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ସ ଏବଂ ଅପୂର୍ଭା ମେହେତା ମିଳିତ ଭାବେ ନିର୍ମାଣ କରୁଛନ୍ତି ।
ଏହା ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କ ଆଗାମୀ ଐତିହାସିକ ଚଳଚ୍ଚିତ୍ର ହେବାକୁ ଯାଉଛି। ସେ ଏବଂ ତାଙ୍କ କୋ-ଷ୍ଟାର ବରୁଣ ଧାୱନ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି। ୧୯୪୨ ମସିହାରେ ଭାରତ ଛାଡିବା ଆନ୍ଦୋଳନର ପୃଷ୍ଠଭୂମିରେ ଏକ କାଳ୍ପନିକ କାହାଣୀରେ ସାରାଙ୍କୁ ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀ ଭାବେ ଦେଖିବାକୁ ମିଳିବ।
ଏହି ଚଳଚ୍ଚିତ୍ର ବିଷୟରେ ବରୁଣ ଧାୱନ ପ୍ରକାଶ କରିଛନ୍ତି ଯେ ସେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ‘ମୁଁ ଆପଣଙ୍କ ପାଇଁ ବିଗ୍ ନ୍ୟୁଜ୍ ଆଣିଛି। ତେବେ ଏହି ଚଳଚ୍ଚିତ୍ରଟି ପ୍ରକୃତ ଘଟଣା ଉପରେ ଆଧାରିତ ହୋଇଛି।