
ହୃଦ୍ଘାତରେ ଅଭିନେତ୍ରୀ ତବସୁମଙ୍କର ପରଲୋକ
ମୁମ୍ବାଇ: ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମଙ୍କର ପରଲୋକ ହୋଇଛି। ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ତବସୁମ। ଶୁକ୍ରବାର ରାତିରେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହାପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲ୍କୁ ଅଣାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସା ସମୟରେ ଦେହତ୍ୟାଗ କରିଛନ୍ତି ଏହି ବଲିଉଡ୍ ଅଭିନେତ୍ରୀ।
ତବସୁମ ୧୯୪୭ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ “ମେରା ସୁହାଗ”ରେ ଏକ ଶିଶୁ କଳାକାର ଭାବରେ ନିଜର ଫିଲ୍ମ କ୍ୟରିୟର ଆରମ୍ଭ କରିଥିଲେ। ପରେ ସେ ଅନେକ ଫିଲ୍ମ ଓ ଟିଭି ଶୋ’ରେ ଅଭିନୟ କରି ଲୋକପ୍ରିୟତା ସାଉଁଟିଥିଲେ।
ଶୁକ୍ରବାର ରାତିରେ ତବସୁମଙ୍କୁ ଦୁଇଥର ହାର୍ଟଆଟାକ ହୋଇଥିଲା। ପ୍ରଥମେ ୮.୪୦ରେ ଓ ଦ୍ୱିତୀୟଟି ଦୁଇ ମିନିଟ ପରେ ୮.୪୨ରେ ହୋଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ତବସୁମଙ୍କର ଅନ୍ତିମ ଇଚ୍ଛା ଥିଲା ଯେ ତାଙ୍କ ମରଶରୀରକୁ ସମାଧି ଦେବା ପୂର୍ବରୁ ତାଙ୍କ ମୃତ୍ୟୁ ଖବର କାହାକୁ ଦିଆ ନଯାଉ। ପରିବାର ଲୋକେ ସେୟା ହିଁ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ପରେ ମୃତ୍ୟୁ ନେଇ ଗଣମାଧ୍ୟମକୁ ଅବଗତ କରାଯାଇଥିଲା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାଙ୍କ ଝିଅ ହୋଶାଙ୍ଗ ଗୋଭିଲ ଏହି କଥା କହିଛନ୍ତି।