
ସୁଟିଂ ସମୟରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବିଜୟ ଆଣ୍ଟୋନି ଆହତ
ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନି ଆହତ । ବର୍ତ୍ତମାନ ମାଲେସିଆର ଲାଙ୍ଗକାବି ଦ୍ୱୀପରେ ’ ଚଳଚ୍ଚିତ୍ର ‘ପିଚାଇକ୍କରନ’ର ସିକ୍ୱେଲ ପାଇଁ ଶୁଟିଂ ଚାଲିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି ଯେ ଫିଲ୍ମର ଏକ ଆକ୍ସନ ସିନ୍ରେ ବିଜୟ ଆଣ୍ଟୋନି ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସୁଟିଂ ସମୟରେ ଆଣ୍ଟୋନି ବିଜୟ ସମୁଦ୍ରରେ ଏକ ବୋଟ୍ ଚଳାଉଥିବା ବେଳେ ଏକ ବଡ ଡଙ୍ଗା ତାଙ୍କ ବୋଟ୍ ସହିତ ଧକ୍କା ହୋଇଥିଲା। ଏହାପରେ ବିଜୟଙ୍କ ବୋଟ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଆଣ୍ଟୋନି ଆହତ ହୋଇଥିଲେ।
ତେବେ ଏହି ଦୁର୍ଘଟଣାରେ ବିଜୟ ଆଣ୍ଟୋନି ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ତାଙ୍କୁ କୁଆଲାଲପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ବିଜୟ ଆଣ୍ଟୋନିଙ୍କର ଚିକିତ୍ସା ଚାଲିଥିବା ସୂଚନା ରହିଛି ।