
ଷ୍ଟେଜ୍ରେ ଅନନ୍ୟାଙ୍କୁ କିସ୍ କଲେ ବିଜୟ
ମୁମ୍ବାଇ: ଗତକାଲି ଅର୍ଥାତ୍ ଫିଲ୍ମ ଲାଇଗର ଟିମ୍ ପାଇଁ ଏକ ବିଶେଷ ଦିନ ଥିଲା । ଫିଲ୍ମର ଟ୍ରେଲର ଏକ ବଡ଼ ଆକାରରେ ରିଲିଜ୍ କରାଯାଇଛି। କହିବା ଗଲେ ଏହାର ଟ୍ରେଲର କେବଳ ଗୋଟିଏ ନୁହେଁ ହାଇଦ୍ରାବାଦ ଏବଂ ମୁମ୍ବାଇର ୨ଟି ସହରରେ ରିଲିଜ୍ ହୋଇଛି। ମୁମ୍ବାଇରେ ହୋଇଥିବା ଏହି ଇଭେଣ୍ଟ ଅତ୍ୟନ୍ତ ଚମତ୍କାର ଥିଲା । କାରଣ ଏଥିରେ ରଣବୀର ସିଂ ଆସିଥିଲେ । ରଣବୀର ଯେଉଁଠାରେ ଥାଆନ୍ତି, ସେଠାରେ ମଜା ଏବଂ ମସ୍ତି ଧମାଲ୍ ହୋଇଥାଏ। ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ବିଜୟ ଓ ଅନନ୍ୟାଙ୍କ ସହ ଏପରି କିଛି କରିଛନ୍ତି । ଯାହାକୁ ଦେଖି ରଣବୀରଙ୍କୁ ବହୁତ ଖରାପ ଲାଗିଛି ଏବଂ ଷ୍ଟେଜ୍ ଛାଡିକି ଚାଲିଯାଇଛନ୍ତି ।
https://www.instagram.com/reel/CgR6HP2IqGq/?igshid=MDJmNzVkMjY=
ବର୍ତ୍ତମାନ ଆପଣ ଭାବୁଥିବେ ହେଲେ ତା ପୂର୍ବରୁ ହିଁ ହଙ୍ଗାମା ହୋଇଯାଇଛି। ବାସ୍ତବରେ, ଏହି ତିନି କଳାକାର ଷ୍ଟେଜ୍ ଉପରେ ଫିଲ୍ମର ଗୀତରେ ନାଚୁଥିବା ବେଳେ ରଣବୀର ପ୍ରଥମେ ବିଜୟଙ୍କ ସହ ଡ୍ୟାନ୍ସ ଷ୍ଟେପ କରନ୍ତି। ତା’ପରେ ଅନନ୍ୟା ମଧ୍ୟ ଆସନ୍ତି ଏହି ସମୟରେ ବିଜୟ ଅନନ୍ୟାଙ୍କ ଗାଲ୍ରେ କିସ୍ କରି ଦିଅନ୍ତି । ଏହା ଦେଖି ରଣବୀର ବିଜୟଙ୍କୁ ଆଙ୍ଗୁଠି ଉଠାଇ ମଜା କରି ମଞ୍ଚ ଛାଡି ଚାଲି ଯାଆନ୍ତି। ୟୁଜର୍ସ ଏହି ଭିଡିଓକୁ ଦେଖି ଖୁବ୍ ପସନ୍ଦ କରୁଛନ୍ତି।
ଲାଇଗର୍ ଫିଲ୍ମ ବିଷୟରେ କହିବାକୁ ଗଲେ ବିଜୟ ଏହି ଫିଲ୍ମ ମାଧ୍ୟମରେ ବିଜୟ ବଲିଉଡରେ ଡେବ୍ୟୁ କରିଛନ୍ତି। ସେ ଏଥିରେ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଥିବା ବେଳେ ବିପକ୍ଷରେ ନଜର ଆସିବେ ଅନନ୍ୟା । ବର୍ତ୍ତମାନ ଏହି ଟ୍ରେଲରକୁ ଦେଖି ୟୁଜର୍ସକୁ ବହୁତ ପ୍ରଶଂସା କରୁଛନ୍ତି। କେବଳ ଏତିକି ନୁହେଁ, ଟ୍ରେଲର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କଲାଣି । ୨୫ ଅଗଷ୍ଟରେ ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ।