ସ୍କୁଟିରେ ଅନୁଷ୍କାଙ୍କୁ ବସାଇ ବୁଲୁଥିବା ନଜର ଆସିଲେ କୋହଲି

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମିଳିଥିବା ବ୍ରେକ୍‌ର ଭରପୂର ଉପଯୋଗ କରୁଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି। ଏହି କ୍ରମରେ ଶନିବାର ତାଙ୍କୁ ସ୍ତ୍ରୀ ଅନୁଷ୍କାଙ୍କୁ ଧରି ସ୍କୁଟିରେ ବୁଲୁଥିବା ଦେଖାଯାଇଛି। ଏକ ପ୍ରୋଜେକ୍ଟର ଶୁଟିଂ ସାରି ଉଭୟେ ଫେରିବା ବେଳେ ଏଭଳି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ତେବେ ସଡକ ନିୟମ ଅନୁଯାୟୀ ଦୁହେଁ କଳା ରଙ୍ଗର ହେଲ୍‌ମେଟ୍‌ ପିନ୍ଧିଥିଲେ। ଏହାଦ୍ୱାରା ତାଙ୍କୁ ସହଜରେ କେହି ଜାଣିପାରିବେ ନାହିଁ ବୋଲି ଧାରଣା ଥିଲା। ମାତ୍ର ତାହା ହୋଇନାହିଁ।

କହିରଖୁଛୁ, କୋହଲି ଏବେ ନିଜ କ୍ୟାରିୟରର ଖରାପ ସମୟ ଦେଇ ଗତି କରୁଛନ୍ତି। ୨୦୧୯ ପରଠାରୁ ସେ ଶତକ ମାରିପାରୁନାହାନ୍ତି। ଏପରିକି ତାଙ୍କ ବ୍ୟାଟ୍‌ରୁ ଆଖି ଦୃଶିଆ ରନ୍‌ ଆସୁନାହିଁ। ସମାନ ଢ଼ଙ୍ଗରେ ସେ ୩ ବର୍ଷ ହେଲାଣି ଉଇକେଟ ହରାଉଛନ୍ତି। ଆଗାମୀ ଦିନରେ ଭାରତ ଏସିଆ କପ୍‌ ଖେଳିବ। ଏହି ଟୁର୍ନାମେଣ୍ଟ ଲାଗି ସେ ଦଳରେ ସାମିଲ ହୋଇପାରନ୍ତି।

Related Articles

Back to top button