ବାତିଲ ହେଲା ବିଦ୍ୟା ବାଲାନଙ୍କ ଅଭିନୀତ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ଫିଲ୍ମ

ମୁମ୍ବାଇ: ବାୟୋପିକ ଫିଲ୍ମର ଖରାପ ବ୍ୟବସାୟ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ଚିନ୍ତାରେ ପଡିଛନ୍ତି। ପରିସ୍ଥିତି ଏପରି ଉପୁଜିଛି ଯେ, ପୂର୍ବରୁ ଓଟିଟି ମଂଜୁର ହୋଇଥିବା କେତେକ ୱେବ ସିରିଜକୁ ଏବେ ବାଧ୍ୟ ହୋଇ ବାତିଲ କରାଯାଉଛି। ଏହା ମଧ୍ୟରେ ରହିଛନ୍ତି ବିଦ୍ୟା ବାଲାନଙ୍କ ଅଭିନୀତ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ  ଦର୍ଶକମାନେ ଏଥିପ୍ରତି ରୁଚି ରଖୁ ନ ଥିବା ଜଣାପଡିବା ପରେ ଏହାକୁ ବନ୍ଦ କରିବା ପାଇଁ ସେମାନେ ନିଷ୍ପତି ନେଇଛନ୍ତି। ସଞ୍ଜୟ ଲୀଲା ଭଁସାଲୀଙ୍କ ଗଙ୍ଗୁବାଇ କାଠିୟାୱାଡ ଫିଲ୍ମକୁ ଛାଡି ଦେଲେ ଶେରଶାହା ଓ ସରଦାର ଉଦ୍ଦାମ ପରି ଫିଲ୍ମ ବି ଆଶାନୁରୂପ ବ୍ୟବସାୟ କରିପାରିନି।

କରୋନା ମହାମାରୀ ସମୟରେ ଓଟିଟିରେ ଭଲ ବ୍ୟବସାୟ ହୋଇଥିଲା। ଏହା ଦେଖି ଅଧିକ ଅର୍ଥରେ ଅନେକଗୁଡିଏ ଫିଲ୍ମ, ୱେବସିରିଜ ନେଇ ଓଟିଟି ବ୍ୟବସାୟୀମାନେ ଆଗ୍ରହ ପ୍ରକାଶ କରିଥିଲେ। ଏବେ କିନ୍ତୁ ସେମାନେ ଅନେକ କ୍ଷତି ସହିଲେଣି। କଙ୍ଗନା ରାନାୱତଙ୍କ ଏର୍ମଜେନ୍ସି ଫିଲ୍ମର ଘୋଷଣା ପରେ ଏହା ବିଦ୍ୟାଙ୍କ ଫିଲ୍ମ ବିଶେଷ ପ୍ରଭାବିତ ହୋଇଛି।

Related Articles

Back to top button