ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଲା କଙ୍କଡ଼ା: ଗୋଡ ୧୦ ଫୁଟ୍ ଲମ୍ବ ଓ ଚଉଡ଼ା ୨.୫ ଇଞ୍ଚ

ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି ଏକ କଙ୍କଡ଼ା । ଏହା ପୃଥିବୀର ସବୁଠାରୁ ବୃହତ୍ତକାୟ କଙ୍କଡା ମଧ୍ୟରୁ ଅନ୍ୟତମ । ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡର ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି କଙ୍କଡାର ଫଟୋ ସେୟାର ହୋଇଛି, ଯାହାକୁ ଏବେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଦେଖିବା ଆରମ୍ଭ କରିଛନ୍ତି । ମିଳିଥିବା ତଥ୍ୟ କହୁଛି, ଏହା ଏକ ସ୍ପାଇଡର ପ୍ରଜାତିର କଙ୍କଡା ଓ ଏହା ବିଗ ଡାଡି ନାମରେ ପରିଚିତ । ଏହାର ଗୋଡ ୧୦ ଫୁଟ୍ ଲମ୍ବ ଓ ଚଉଡ଼ା ୨.୫ ଇଞ୍ଚ । ଏବେ ସୋସିଆଲ ମିଡିଆରେ ଏହି କଙ୍କଡା ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button