‘ହାତଲେଖା ଦିବସ’ – ଆଧୁନିକ ଯୁଗରେ ଦସ୍ତଖତ ମନେ ପକାଇଦିଏ କଲମର ଆବଶ୍ୟକତା

ଭୁବନେଶ୍ବର : ଆଜି ହେଉଛି ‘ହାତଲେଖା ଦିବସ’ । ମଣିଷ କମ୍ପ୍ୟୁଟର ଯୁଗରେ ପହଞ୍ଚିଲାଣି, ‘ଇ-ଦସ୍ତଖତ’ର ପ୍ରଚଳନ ହେବା ସତ୍ତ୍ବେ କଲମର ଆଦର କମିନି । ହାତଲେଖା ଦସ୍ତଖତର ଆବଶ୍ୟକତା ସେହିଭଳି ପୂର୍ବବତ୍ ରହୁଛି। ୟୁରୋପୀୟ ଦେଶଗୁଡ଼ିକରେ ବିଦ୍ୟାଳୟସ୍ତରରୁ ଲାପଟପ୍‌ରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯାଉଛି। ପେନସିଲ୍ ଲେଖାକୁ ପାଶ୍ଚାତ୍ୟ ଦେଶରେ ଯେମିତି କେହି ପାଶୋରି ନ ଯାନ୍ତୁ, ସେଥିପାଇଁ ହାତଲେଖା ଦିବସର ପାଳନ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ସବୁଠୁ ଅଧିକ ହେଉଛି।

୧୯୭୭ରେ ଜାନୁଆରୀ ୨୩ରେ ରାଇଟିଂ ଇନଷ୍ଟ୍ରୁମେଣ୍ଟ ମ୍ୟାନୁଫାକଚର୍ସ ଆସୋସିଏସନ୍‌ ‘ହାତଲେଖା ଦିବସ’ ପ୍ରଥମଥର ପାଳନ ଆରମ୍ଭ କରିଥିଲା । ସଂଯୁକ୍ତ ରାଷ୍ଟ୍ରର ସ୍ବାଧୀନତା ପତ୍ର ସ୍ବାକ୍ଷର କରିଥିବା ଜନ୍‌ ହାନକକ୍‌ଙ୍କ ଜନ୍ମଦିନ ଅନୁସାରେ ଏହି ଦିବସଟି ପାଳିତ ହେଉଛି ।

Related Articles

Back to top button