ବିଜେଡିର ପତନ ସମୟ ଆସିଯାଇଛି : ଭର୍ତ୍ତୃହରି ମହାତାବ

ଦେଶର ରାଜଧାନୀ ଦିଲ୍ଲୀରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଫେରିଛନ୍ତି ଭର୍ତ୍ତୃହରି ମହାତାବ । ନିକଟରେ ବିଜେଡିରୁ ଇସ୍ତଫାଦେଇ ବିଜେପିରେ ମିଶିଥିବା ଶ୍ରୀ ମହାତାବ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଓ ଶୁଭେଚ୍ଛୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଅବସରରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦୁର୍ଗର ପତନ ହେଉଛି ।ବିଜେଡି ଭଲଭାବେ ଜାଣିସାରିଲାଣି ଯେ ତାଙ୍କ ସ୍ଥିତି ଆଉ ନାହିଁ । ପ୍ରକାଶ ଯେ ବିଜେପି ପକ୍ଷରୁ ଭର୍ତ୍ତୃହରିଙ୍କୁ କଟକ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି । କଟକ ଆସନରୁ ୬ଥର ବିଜେଡି ଟିକେଟରେ ବିଜୟୀ ହୋଇଥିବା ଭର୍ତ୍ତୃହରି ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ।

ଏହି ଅବସରରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦୁର୍ଗର ପତନ ହେଉଛି । ଦୁର୍ଗ ପତନର ବେଳ ବିଜେଡି ଭଲଭାବେ ଜାଣିସାରିଲାଣି । ବିଜେଡି ଭଲଭାବେ ଜାଣିସାରିଲାଣି ଯେ ତାଙ୍କ ସ୍ଥିତି ଆଉ ନାହିଁ । ରାଷ୍ଟ୍ରବାଦର ପ୍ରଚାର ସହ ପୂର୍ବୋଦୟର ସଂକଳ୍ପକୁ ଆଗକୁ ନେବା । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ କରିବା । ୨୦୨୪ ଜୁନ ମାସରେ ପରିବର୍ତ୍ତନ ସମସ୍ତେ ଲକ୍ଷ୍ୟ କରିବେ ।

ବିଜେପିରେ ମିଶିବା ପରେ ଭର୍ତ୍ତୃହରି ବିଜେଡି ବିରୋଧରେ ବର୍ଷିବା ସହ କହିଥିଲେ ଯେ ଗୋଟିଏ ଆଞ୍ଚଳିକ ଦଳ ସାମୁହିକ ଉତ୍ତର ଦାୟିତ୍ୱରେ ଚାଲୁଥିଲା । ୨୦୦୪ ପରଠାରୁ ତାହା ଦୁଇ ଜଣଙ୍କ ଭିତରେ ସୀମିତ ହୋଇଗଲା । ୨୦୧୯ରେ ଯିଏ ନେତା ଥିଲେ, ସିଏ ନେତା ହୋଇ ଆଉ ଦଳ ସଞ୍ଚାଳନ କଲେନି । ଆଜି ନିଷ୍ପତ୍ତି ଆଉ ଜଣେ ତାଙ୍କର କା’ ହିସାବରେ କରୁଛନ୍ତି । ସେଠି ଆଉ ଦଳ କାହିଁ? ସେଇଟା ଜଣତନ୍ତ୍ର ହୋଇଗଲା । ଜଣତନ୍ତ୍ରରେ ମତ ପ୍ରକାଶ କରିବାର କୌଣସି ସୁଯୋଗ ନାହିଁ । ଭିନ୍ନ ମତର କୌଣସି ସମ୍ମାନ ନାହିଁ । ଆଉ ତା’ହେଲେ ଗଣତନ୍ତ୍ର କ’ଣ? କେବଳ କିଛି ଟଙ୍କା ଫୋପାଡି, ଯିଏ ଭାବୁଛନ୍ତି ଆମର ସଂଖ୍ୟା ବଢ଼ୁଛି, ତାର ପରୀକ୍ଷା ଏହି ନିର୍ବାଚନରେ ହୋଇଯିବ ବୋଲି ମହତାବ କହିଥିଲେ ।

Related Articles

Back to top button