ଭାରତର ଏମିତି ରେଳଷ୍ଟେସନ ଯେଉଁଠାରେ କେବଳ ମହିଳା କର୍ମଚାରୀ କାମ କରନ୍ତି

ଜୟପୁର: ମହିଳା ସଶକ୍ତୀକରଣ କ୍ଷେତ୍ରରେ  ଭାରତୀୟ ରେଳବାଇ ଏକ ମାଇଲଷ୍ଟୋନ ତିଆାରି କରିଛି । ରେଳବାଇ ଅଧୀନରେ ଏମିତି ଏକ ଷ୍ଟେଶନ ଅଛି ଯେଉଁଠି ଖାଲି ମହିଳା  ମାନେ ହିଁ କାମ କରିଥାନ୍ତି । ସଂଯୁକ୍ତ ରାଷ୍ଟ୍ର ମଧ୍ୟ ମହିଳା ସଶକ୍ତୀରକରଣ ପାଇଁ ଭାରତୀୟ ରେଳବାଇର ଏହି ଉଦ୍ୟମକୁ ପ୍ରଶଂସା କରିଛି । ଉତ୍ତର ପଶ୍ଚିମ ରେଳ ଅଧୀନରେ ରହିଛି ଜୟପୁର ଜିଲ୍ଲାର ଗାନ୍ଧୀ ନଗର ରେଳ ଷ୍ଟେସନ । ଏହି ଷ୍ଟେଶନର ବିଶେଷତ୍ୱ ହେଉଛି ଏଠାରେ ସମସ୍ତ କର୍ମଚାରୀ  ମହିଳା ।  ଏହି ରେଳ ଷ୍ଟେସନ ହେଉଛି ଦେଶର ପ୍ରଥମ ଏପରି ଷ୍ଟେସନ ଯେଉଁଠାରେ ମହିଳା କର୍ମଚାରୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ କରାଯାଇଥାଏ ।

କେବଳ ଟିକେଟ୍ ବିକ୍ରେତା ନୁହଁନ୍ତି, ଟିକେଟ୍ ସଂଗ୍ରହକାରୀ, ଷ୍ଟେସନ୍ ମାଷ୍ଟର, ପରିମଳ କର୍ମଚାରୀ ସମେତ ସମସ୍ତ କାର୍ଯ୍ୟ ମହିଳା କର୍ମଚାରୀଙ୍କ ଦ୍ୱାରା ହିଁ ପରିଚାଳିତ ହୁଏ । ଏଠାରେ  ମହିଳାମାନେ ହିଁ ଷ୍ଟେସନ୍ କାର୍ଯ୍ୟ ପରିଚାଳନା କରନ୍ତି ।
ଏହି ରେଳ ଷ୍ଟେସନରେ ୪୦ ଜଣ ମହିଳା କର୍ମଚାରୀ ଅଛନ୍ତି ଏବଂ ପୁରୁଷ ସହକର୍ମୀଙ୍କ ଅପେକ୍ଷା  ଭଲ କାମ ମଧ୍ୟ କରୁଛନ୍ତି। ତେବେ ଗୋଟିଏ ଦିନରେ ୫୦ଟି ଟ୍ରେନ୍ ଏହି ଷ୍ଟେସନ ଦେଇ ଯାଇଥାଏ । ପ୍ରତିଦିନ ଏଥିରେ ପ୍ରାୟ ୭୦୦୦ ଯାତ୍ରୀ ଯାତ୍ରା କରିଥାନ୍ତି । ଦ୍ରୁତ ସେବା, ସିସିଟିଭି କ୍ୟାମେରା ଏବଂ ପରିଷ୍କାର ପରିଚ୍ଛନ୍ନତା ଦୃଷ୍ଟିରୁ ଯାତ୍ରୀଙ୍କ ଅଭିଜ୍ଞତାରେ ଅନେକ ପରିବର୍ତ୍ତନ ଆସିଛି । ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ଷ୍ଟେସନରେ ମହିଳା ପୋଲିସ ଷ୍ଟେସନ ଉଦଘାଟନ କରାଯିବା ସହ ସାନିଟାରୀ ନାପକିନ୍ ମେସିନ୍ ମଧ୍ୟ ଲଗାଯାଇଛି। ଏହାର ଏକ ଭିଡିଓକୁ ମଧ୍ୟ ମିଳିତ ଜାତିସଂଘ ଟ୍ୱିଟରରେ ସେୟାର କରିଛି । ରେଳବାଇର ଏପରି ଉଦ୍ୟମକୁ ସବୁଆଡେ ପ୍ରଶଂସ କରାଯାଉଛି ।

Related Articles

Back to top button