ଆଜି ବିଶ୍ୱ ରେଡିଓ ଦିବସ

ଆଜି ବିଶ୍ୱ ରେଡ଼ିଓ ଦିବସ ଅବସରରେ ବିଶ୍ୱର ଅନେକ ଦେଶରେ ଏହି ଦିବସ ଧୁମଧାମରେ ପାଳିତ ହେଉଛି। ୨୦୧୧ ମସିହା ଆଜିର ଦିନରେ ୟୁନେସ୍କୋର ସଭ୍ୟ ଦେଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଦିବସକୁ ବିଶ୍ୱ ସ୍ତରରେ ପାଳନ ପାଇଁ ଜାତିସଙ୍ଘ ଏହାକୁ ମାନ୍ୟତା ଦେଇଛି। ରେଡ଼ିଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବିକ ମୂଲ୍ୟବୋଧ ପ୍ରସାର ଦିଗରେ ଏକ ବଳିଷ୍ଠ ମାଧ୍ୟମ।

ମାନବୀୟ ଜୀବନ ରେଡ଼ିଓର ପରାକାଷ୍ଠା, ରେଡିଓର ଅଙ୍କାବଙ୍କା ରାସ୍ତାକୁ ମନେ ପକାଇବାର ଦିନଟିଏ ହେଉଛି ରେଡ଼ିଓ ଦିବସ । ଭାରତରେ ଘରୋଇ ରେ଼ଡିଓ ପ୍ରସାରଣ ଓ ପରେ ଆକାଶବାଣୀ ଆଉ ଏଫଏମ ରେଡ଼ିଓ। ରେଡ଼ିଓର ଯାତ୍ରା ବହୁତ ଅଙ୍କାବଙ୍କା ଓ ବହୁତ ଲମ୍ବା । ଉତ୍ଥାନ ପତନ ଓ ନୂଆ ଅଭ୍ୟୁତ୍ଥାନ ମଧ୍ୟରେ ରେଡ଼ିଓ ତାର ଯାତ୍ରା ଜାରି ରଖିଛି । ଏହି ଯାତ୍ରା ସମୟରେ ରେଡ଼ିଓ ଅନେକ ଥର ଝୁଣ୍ଟିଥିଲେ ମଧ୍ୟ ଥମି ଯାଇନି । ବହୁ ପୁରାତନ ଯୁଗରୁ ରେଡ଼ିଓ ଓ ମଣିଷ ଭିତରେ ସଂପର୍କ ଅତି ପୁରୁଣା । ରେଡ଼ିଓ ମତ ପ୍ରକାଶନର ସବୁଠୁ ପୁରୁଣା ମାଧ୍ୟମ । ଦିନ ଥିଲା ରେଡ଼ିଓ ଲୋକମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ ଥିଲା । ଆଜିର ପ୍ରଚାର ଓ ପ୍ରସାରଣ ଯୁଗରେ ପୁଣି ରେଡ଼ିଓର ଚାହିଦା ସର୍ବବ୍ୟାପି ହୋଇପାରିଛି । ରେଡ଼ିଓ ଆଜିର ବୈଷୟିକ ସୁଯୋଗରେ ସବୁ କ୍ଷେତ୍ର ସହ ଯୋଡ଼ି ହୋଇଯାଇଛି । ଦ୍ରୁତ ଟେକ୍ନୋଲୋଜି ଓ ଇଣ୍ଟରନେଟର ବହୁଳ ପ୍ରସାର ଫଳରେ ରେଡ଼ିଓର ଚାହିଦା କମିଥିଲେ ମଧ୍ୟ ଆଜିବି ତାହାର ଅସ୍ତିତ୍ବ ବଜାୟ ରଖିଛି ।

ଆଉଟରିଚ୍‌ ପକ୍ଷରୁ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ତିନିଦିନିଆ ‘ନବମ ଆଉଟରିଚ୍‌ ଅନ୍ତର୍ଜାତୀୟ ରେଡିଓ ମେଳା’  ଆରମ୍ଭ ହୋଇଛି। ବାଂଲାଦେଶ ହାଇକମିସନ୍ ମନ୍ତ୍ରୀ (ପ୍ରେସ୍) ସବନ ମହମୁଦ୍ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିବା ସହ ଷ୍ଟଲ୍‌ଗୁଡ଼ିକ ବୁଲି ଦେଖିଥିଲେ। ମେଳାରେ ୩୭ଟି ଷ୍ଟଲ୍‌ରେ ଦେଶବିଦେଶରୁ ପ୍ରାୟ ୩ ହଜାରରୁ ଅଧିକ ନୂଆ ପୁରୁଣା ରେଡିଓ, ଗ୍ରାମୋଫୋନ୍ ସହ ହାମ୍ ରେଡିଓ ପ୍ରଦର୍ଶିତ ହୋଇଛି । ଏଥିସହ ଦିଲ୍ଲୀର ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍‌, ରେଡିଓ ଟ୍ରାନ୍ସମିଟର୍ ଏବଂ ରେଡିଓ ଯନ୍ତ୍ରପାତି ମଧ୍ୟ ପ୍ରଦର୍ଶିତ କରାଯାଉଛି। ଏହି ଅବସରରେ ଉଦ୍‌ଘାଟକ ମହମୁଦ୍ କହିଲେ, ଭାରତ ଓ ବାଂଲାଦେଶ ସମ୍ପର୍କକୁ ରେଡିଓ ମେଳା ଅଧିକ ସୁଦୃଢ଼ କରୁଛି। ଏହି ମେଳା ବାଂଲାଦେଶୀ ରେଡିଓପ୍ରେମୀଙ୍କ ପାଇଁ ପ୍ରେରଣା ସାଜିଛି। ଆଗାମୀ ଦିନରେ ବାଂଲାଦେଶ ସରକାରଙ୍କ ପକ୍ଷରୁ କିଭଳି ଅଧିକ ସହଯୋଗର ହାତ ବଢ଼ାଯାଇପାରିବ, ସେ ଦିଗରେ ଚିନ୍ତା କରାଯିବା ସହ ଏଭଳି ଏକ ମେଳା ବାଂଲାଦେଶରେ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ।

Related Articles

Back to top button