ରଥଯାତ୍ରାକୁ ତ୍ରୁଟି ଶୂନ୍ୟ କରିବା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ଵୟ ବୈଠକ ଅନୁଷ୍ଠିତ

ଚଳିତ ରଥଯାତ୍ରାକୁ ତ୍ରୁଟି ଶୂନ୍ୟ କରିବା ନିମନ୍ତେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ସହ  ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ।ବୈଠକରେ ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା, ସ୍ୱେଚ୍ଛାସେବୀଙ୍କ ଦାୟିତ୍ଵ, ପ୍ରଶାସନ ସହିତ ସମନ୍ଵୟ ରକ୍ଷା ଭଳି ପ୍ରମୁଖ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା ହୋଇଥିଲା। ଏଥିରେ ୨୦୨୩ ରଥଯାତ୍ରା ସମୟର ତ୍ରୁଟି ବିଚ୍ୟୁତି ଯେଭଳି ଚଳିତ ବର୍ଷ ପୁନରାବୃତ୍ତି ନହୁଏ ସେନେଇ ଆଲୋଚନା ହୋଇଥିଲା।

ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରାରେ ପ୍ରଶାସନ ଦ୍ବାରା ବଡ଼ଦାଣ୍ଡରେ ସ୍ଥିରିକୃତ ହୋଇଥିବା ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବାକୁ ଥିବା ବେଳେ ଖାଦ୍ୟ ବଣ୍ଟନ କରିବାକୁ ଚାହୁଁଥିବା ସ୍ବେଛାସେବୀ ଅନୁଷ୍ଠାନ ମାନେ ପ୍ରଶାସନ ପକ୍ଷରୁ ଅନୁମତି ନେବେ। ବଡ଼ଦାଣ୍ଡରେ ସଠିକ୍ ଭାବେ ଆମ୍ବୁଲାନ୍ସ ଚଳପ୍ରଚଳ କରିବା ସହ ଅସୁସ୍ଥ ବ୍ୟକ୍ତିମାନଙ୍କୁ କିଭଳି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ନିକଟକୁ ନିଆଯାଇପାରିବ ସେ ଦିଗରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଏହା ଛାଡ କର୍ଡନ ପାସ୍ ବଣ୍ଟନ ନିୟନ୍ତ୍ରିତ କରାଯାଇ ସୀମିତ ଲୋକଙ୍କୁ କର୍ଡନ ଭିତରକୁ ଛଡାଯିବା ସହ ଟ୍ରାନିଜିଟ୍ ପାସ୍ ପାଇଁ ପୋଲିସ ପକ୍ଷରୁ ସବୁ ସହାୟତା ଯୋଗାଇଦେବା ପାଇଁ ସ୍ୱେଚ୍ଛାସେବୀ ଅନୁରୋଧ କରିଛନ୍ତି।

Related Articles

Back to top button