ଆସନ୍ତା କାଲି ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ, ଏସବୁ ରାଶି ଲାଗି ବହୁତ ଅଶୁଭ

ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥୀରେ ଲାଗୁଛି। ତାରିଖ ଅନୁଯାୟୀ ନଭେମ୍ବର ୮ରେ ଏହା ପଡ଼ିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୫ଟା ୩୨ରୁ ଗ୍ରହଣ ଆରମ୍ଭ ହୋଇ ୬ଟା ୧୮ ମିନିଟ୍‌ରେ ଶେଷ ହେବ। ବର୍ଷର ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। ଆସନ୍ତୁ ଜାଣିବା କାହାପାଇଁ ଏହା ଶୁଭ ରହିବ ଏବଂ କାହାପାଇଁ ଅଶୁଭ…

-ମେଷ ରାଶି: ମେଷ ରାଶି ଲୋକଙ୍କ ମାନସିକ ଚିନ୍ତା ବଢ଼ିବ। ଏହି ସମୟରେ ଦୈନିକ ରୋଜଗାରକୁ ନେଇ ଦୁଃଶ୍ଚିନ୍ତା ବଢ଼ିପାରେ। ଦାମ୍ପତ୍ୟ ଏବଂ ପ୍ରେମ ସମ୍ବନ୍ଧରେ ମତାନ୍ତର ସ୍ଥିତି ଉପୁଜିପାରେ। ଏହି ସମୟରେ ଜାତକଧାରୀଙ୍କ ମା’ ନଚେତ ବାପାଙ୍କୁ କଷ୍ଟ ହୋଇପାରେ।

-ବୃଷ ରାଶି: ଭାଇବନ୍ଧୁଙ୍କ ସହ ତିକ୍ତତା ବଢ଼ିପାରେ। ଗୃହ ଏବଂ ବାହନ କିଣାବିକାକୁ ନେଇ ଚିନ୍ତା ବଢ଼ିପାରେ। ନିଦ୍ରାରୋଗ ଦେଖାଦେଇପାରେ। ଆନ୍ତରିକ ଶତ୍ରୁଙ୍କର ବୃଦ୍ଧି ହେବ। ହେଲେ ଶେଷରେ ଆପଣ ବିଜେତା ହେବେ।

-କର୍କଟ ରାଶି: ଏହି ସମୟରେ ମନ ଅଶାନ୍ତ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇପାରେ। ଅକାରଣରେ ଚିନ୍ତା ବଢ଼ିବ। ଯଦି ପାଠପଢ଼ା ସମ୍ବନ୍ଧୀୟ କୌଣସି ନିର୍ଣ୍ଣୟ ନେବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ। ମାତାପିତାଙ୍କୁ ନେଇ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇପାରେ।

-ସିଂହ ରାଶି: ସରକାରୀ ନଚେତ ଉଚ୍ଚପଦାଧିକାରୀ ଚିନ୍ତାର କାରଣ ପାଲଟି ପାରନ୍ତି। ମନୋବଳ ଏବଂ ସ୍ବାସ୍ଥ୍ୟରେ ଅବରୋଧ ସ୍ଥିତି ଉତ୍ପନ୍ନ ହୋଇପାରେ। ପେଟ ଏବଂ ପାଦର ସମସ୍ୟା ବଢ଼ିବ। ଏହି ସମୟରେ ବିବାଦରେ ଫସନ୍ତୁ ନାହିଁ। ନିଜର କଥା ଉପରେ ସଂଯମତା ରଖନ୍ତୁ।

-କନ୍ୟା ରାଶି: ଏହି ସମୟରେ ଭାବିଚିନ୍ତି କାହାକୁ କିଛି କୁହନ୍ତୁ। ଆୟର ସାଧନକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିପାରେ। ମା’ଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

-ତୁଳା ରାଶି: ଏହି ସମୟରେ ମାନସିକ ସ୍ବାସ୍ଥ୍ୟରେ ଅବରୋଧର ସ୍ଥିତି ଉପୁଜିପାରେ। ମା’ଙ୍କୁ କଷ୍ଟର ସାମ୍ନା କରିବାକୁ ପଡ଼ିପାରେ। ଦାମ୍ପତ୍ୟ ଏବଂ ପ୍ରେମ ସମ୍ବନ୍ଧରେ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇପାରେ। ପରିଶ୍ରମ ସତ୍ତ୍ୱେ ଫଳ ମିଳିବାରେ କଷ୍ଟ ହୋଇପାରେ। ପେଟ ଏବଂ ପାଦ ସହ ଜଡ଼ିତ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି। ମନ ଅଶାନ୍ତ ରହିବ।

-ବିଛା ରାଶି: ମନୋବଳ ଏବଂ ସ୍ବାସ୍ଥ୍ୟକୁ ନେଇ ମନ ଅପ୍ରସନ୍ନ ରହିବ। ମନ ଅଶାନ୍ତ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ।

-ଧନୁ ରାଶି:ହଠାତ କ୍ରୋଧିତ ହୋଇଯାଇପାରନ୍ତି। ଏମିତିରେ ନିଜ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଦାମ୍ପତ୍ୟ ସୁଖ ଏବଂ ପ୍ରେମ ସମ୍ପର୍କରେ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇପାରେ। ମା’ବାପାଙ୍କୁ କଷ୍ଟର ସାମ୍ନା କରିବାକୁ ପଡ଼ିପାରେ। ସନ୍ତାନକୁ ନେଇ ମଧ୍ୟ ମନ ବ୍ୟସ୍ତ ରହିବ।

-ମକର ରାଶି: ଏହି ସମୟରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଜୀବନସାଥୀ ଏବଂ ପ୍ରେମ ସମ୍ବନ୍ଧକୁ ନେଇ ମନ ଅପ୍ରସନ୍ନ ରହିବ। ସନ୍ତାନକୁ ନେଇ ଚିନ୍ତା ରହିବ। ମାତାପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଲାଗି ରହିବ।

-ମୀନ ରାଶି: ଏହି ସମୟରେ ସନ୍ତାନକୁ ନେଇ ଚିନ୍ତା ସହ ମନୋବଳରେ ଅବରୋଧ ଉତ୍ପନ୍ନ ହୋଇପାରେ। ଭାଇଭଉଣୀ ଏବଂ ବନ୍ଧୁଙ୍କୁ କଷ୍ଟ ହୋଇପାରେ। ପେଟ ଏବଂ ପରିସ୍ରାକୁ ନେଇ ଚିନ୍ତାରେ ରହିବେ। ଏହି ସମୟରେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

Related Articles

Back to top button