ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରଥମ ସୂର୍ଯ୍ୟ ମିଶନକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ତା’ର ମହାକାଶ ଯାତ୍ରା ଜାରି ରଖିଛି । ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ର ସଫଳ ଉତ୍‌କ୍ଷେପଣ ଲାଗି ‘ଇସ୍ରୋ’ରେ ଥିବା ଆମ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଉଛି । ସମଗ୍ର ମାନବଜାତିର ମଙ୍ଗଳ ପାଇଁ ବିଶ୍ବବ୍ରହ୍ମାଣ୍ଡକୁ ଭଲରୂପେ ବୁଝିବା ଲାଗି ଆମର ନିଷ୍ଠାପର ବୈଜ୍ଞାନିକ ପ୍ରଚେଷ୍ଟା ଚାଲୁ ରହିବ ।

ସେପଟେ, ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଲା ଆଦିତ୍ୟ ଏଲ-୧ । ଇସ୍ରୋ ମୁଖ୍ୟ ଏସ୍ ଏ ନେଇ ସୂଚନା ଦେଇଛନ୍ତି । ପିଏସଏଲଭି-ସିଏସ୫୭ ରକେଟ୍ ଯୋଗେ ଲଞ୍ଚ ହୋଇଥିଲା । ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ୪ ମାସ ସମୟ ଲାଗିବ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ । ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି । ଏଠାରେ କୌଣସି ଛୋଟ ବସ୍ତକୁ ଦୀର୍ଘ ସମୟ ରଖାଯାଇପାରିବ ।

Related Articles

Back to top button