ଛତିଶଗଡ଼ ବର୍ଷା ମହାନଦୀ ପାଇଁ ବିପଦ, ବଢ଼ୁଛି ବନ୍ୟା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ସେଠାରେ ଆସନ୍ତା ଦୁଇଦିନ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଛତିଶଗଡ଼ ବର୍ଷା ମହାନଦୀ ପାଇଁ ବିପଦ ହୋଇଛି। ହୀରାକୁଦ ଜଳଭଣ୍ଡାରରୁ ୩୪ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀରେ ବନ୍ୟା ଆଶଙ୍କା କରାଯାଉଛି। ହୀରାକୁଦ ଡ୍ୟାମ୍‌ରେ ଅଧିକ ସଂଖ୍ୟକ ଗେଟ୍‌ ଖୋଲାଯାଉଥିବାରୁ ଆଗକୁ ମହାନଦୀ ଓ ଏହାର ଶାଖା ନଦୀମାନଙ୍କରେ ବନ୍ୟା ପାଣି ବଢ଼ିବା ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

Related Articles

Back to top button