କେଶ ପାଇଁ ସୁପରଫୁଡ, କେଶ ଝଡ଼ୁଥିଲେ ଖାଆନ୍ତୁ

ବର୍ତ୍ତମାନ କେଶ ଝଡିବା ସଭିଁଙ୍କ ପାଇଁ ଚିନ୍ତାର କାରଣ। କେଶକୁ ସଠିକ ପୋଷଣ ପ୍ରଦାନ କରିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତାନ୍ତ ଜରୁରୀ। ତେବେ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ କେଶର ସୁପରଫୁଡ ବୋଲି କୁହାଯାଏ। ଯାହାକୁ ଖାଇବା ଦ୍ୱାରା କେଶ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ  ।

ଭିଟାମିନ ଏରେ ଭରପୁର ଗାଜର କେଶ ପାଇଁ ଖୁବ ଉପକାରୀ। ଏହା କେଶ ମୂଳକୁ ମଜଭୂତ କରିଥାଏ । ଯାହା କେଶ ଝଡାଇବାକୁ କମ୍‍ କରିଥାଏ। କେଶକୁ ସୁସ୍ଥ ରଖିଥାଏ।

ଭିଟାମିନ ସି,ଡି ଓ ଆଣ୍ଟି-ଅକ୍ସିଡାଣ୍ଟ ଯୁକ୍ତ ଗ୍ରୀନ ଟି କେଶକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ।
ନିଜ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସକୁ ସାମିଲ କରନ୍ତୁ। ଏହା ଦ୍ୱାରା କେଶ ଖୁବ ଶୀଘ୍ର ବଢିବା ସହ ଘନ ହୋଇଥାଏ।
ବିଭିନ୍ନ ପ୍ରକାର ଫଳର ସେବନ କରନ୍ତୁ। ଏହା କେଶକୁ ମଜଭୂତ କରିବା ସହ ଖୁବ ଉପକାରୀ ହୋଇଥାଏ।
କନ୍ଦମୂଳ ମଧ୍ୟ ଖାଆନ୍ତୁ। ଏଥିରେ ଭିଟାମିନ ଏ ରହିଛି। ଯାହା କେଶକୁ ବଢିବାରେ ସାହାଯ୍ୟ କରିଥାଏ।

ପାଳଙ୍ଗରେ ଥିବା ଭିଟାମିନ ସି ଓ ଆଇରନ କେଶକୁ ଘନ କରିବା ସହ କେଶ ଝଡିବା ସମସ୍ୟା ଅନେକ ମାତ୍ରାରେ କମ କରିଥାଏ।
ବିଭିନ୍ନ ପ୍ରକାର ଡାଲିର ସେବନ କରନ୍ତୁ।
ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ଓ ଭିଟାମିନ ରହିଛି। ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ଯୋଗାଇଥାଏ।

Related Articles

Back to top button