ଅତ୍ୟଧିକ ମୋବାଇଲ ବ୍ୟବହାର ହୋଇପାରେ ମସ୍ତିଷ୍କ ଟ୍ୟୁମରର କାରଣ

ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି କିତେବେ ସାବଧାନ ହୋଇଯାଆନ୍ତୁ। କାରଣ ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଟ୍ୟୁମର ହୋଇପାରେ ବୋଲି କିମ୍‍ସ-ଭୁବନେଶ୍ୱରର ସ୍ନାୟୁ ସର୍ଜନ ଡା. ନରେନ୍ଦ୍ର କୁମାର ଦାସ ସତର୍କ କରାଇଛନ୍ତି।

ଜୁନ ୮ ତାରିଖ ଅନ୍ତର୍ଜାତୀୟ ମସ୍ତିଷ୍କ ଟ୍ୟୁମର ଦିବସ ପାଳନ ଅବସରରେ ଡା ଦାସ ସୂଚନା ଦେଇ କହିଛନ୍ତିମସ୍ତିଷ୍କ ଟ୍ୟୁମର ଯେ କୌଣସି ବର୍ଗ ଏବଂ ବୟସର ବ୍ୟକ୍ତିଙ୍କୁ ହୋଇପାରେ। କିଏ କେତେବେଳେ ଏହାର ଶିକାର ହେବ କହିହେବ ନାହିଁ।

ସମସ୍ତ ମସ୍ତିଷ୍କ ଟ୍ୟୁମର କର୍କଟ ରୋଗ ନୁହେଁକିନ୍ତୁ ଠିକ ସମୟରେ ରୋଗ ନିରୂପଣ ଏବଂ ଚିକିତ୍ସା ଦ୍ୱାରା ଏହି ରୋଗ ଉପଶମ ହୋଇପାରିବ ବୋଲି ଡା. ଦାସ କହିଛନ୍ତି।

ଏହି ରୋଗର ନିର୍ଦ୍ଦିଷ୍ଟ କାରଣ ନ ଥିଲେ ସୁଦ୍ଧା ଏହା ସାଧାରଣତଃ ବଂଶଗତ ଏବଂ ଅତ୍ୟଧିକ ମୋବାଇଲ ଫୋନର ବ୍ୟବହାର ଯୋଗୁଁ ହୋଇଥାଏ ବୋଲି ଡା. ଦାସ କହିଛନ୍ତି।

ଏହାର ପ୍ରକୃତ କାରଣ ଖୋଜିବା ନେଇ ଅଧୟନ ଚାଲିଛି। ଡା. ଦାସ କହିଛନ୍ତି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହେଲେ ମଧ୍ୟ ଲଗାତାର ଏହି ସମସ୍ୟା ଲାଗି ରହିଲେ ମସ୍ତିଷ୍କ ଟ୍ୟୁମର ଶିକାର ହେବାର ଅଶଙ୍କା ଥାଏ।

ତେଣୁ ଦୀର୍ଘ କାଳୀନ ମୁଣ୍ଡବିନ୍ଧା ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଅନେକଙ୍କ ଧାରଣାମସ୍ତିଷ୍କ ଟ୍ୟୁମର କର୍କଟ ରୋଗ ନୁହେଁକିନ୍ତୁ ୩୦ ରୁ ୪୦ ପ୍ରତିଶତ ମସ୍ତିଷ୍କ ଟ୍ୟୁମର କର୍କଟ ରୋଗର କାରଣ ହୋଇପାରେ

ଲକ୍ଷଣ:

ମୁଣ୍ଡବିନ୍ଧାବାନ୍ତିବାତମାରିବାପାଶ୍ୱର୍ ପକ୍ଷାଘାତଦୃଷ୍ଟି ଓ ଶ୍ରବଣ ଶକ୍ତି ହ୍ରାସଚାଲିବାରେ ଅସୁବିଧାକଥା କହିବା ବେଳେ ଥଙ୍ଗେଇବାଶରୀରରେ ହଠାତ ମାଂସପେଶୀ ବୃଦ୍ଧି ପାଇବା ଏବଂ ଗଳାରେ ସମସ୍ୟା ଦେଖାଦେବା ଆଦି ମସ୍ତିଷ୍କ ଟ୍ୟୁମରର ପ୍ରାଥମିକ ଲକ୍ଷଣ ଅଟେ।

ଏଗୁଡ଼ିକ ମଧ୍ୟରୁ ଶରୀରରେ କୌଣସି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ସ୍ନାୟୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଦରକାର। ସିଟି ସ୍କାନ ଏବଂ ମସ୍ତିଷ୍କ ଏମ୍‌ଆରଆଇ ସ୍କାନ ଦ୍ୱାରା ମସ୍ତିଷ୍କ ଟ୍ୟୁମରର ଆକାରଅବସ୍ଥାନ ଏବଂ ପ୍ରକାର ନିର୍ଣ୍ଣୟ କରାଯାଇ ଚିକିତ୍ସା କରିବା ସହଜ ହୋଇଥାଏ।

Related Articles

Back to top button