ଅଧିକ ପାଣି ପିଉଛନ୍ତି କି? ଜାଣନ୍ତୁ ଏହାର ସମସ୍ୟା ବିଷୟରେ..

ନୂଆଦିଲ୍ଲୀ : ପାଣି ପିଇବା ସ୍ଵାସ୍ଥ୍ୟ ପାଇଁ ଭଲ । ଆମେ ପିଲାଦିନରୁ ଶୁଣି ଆସିଛୁ ଯେତେ ଅଧିକ ପାଣି ପିଇବା, ସେତେ ସୁସ୍ଥ ରହିବା। ପାଣି ପିଇବା ଦ୍ବାରା ମୁହଁର ଉଜ୍ଜଳ ମଧ୍ୟ ଆସେ । ପାଣି ପିଇବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଆମ ପାଇଁ କ୍ଷତିକାରକ ହୋଇପାରେ। ଅଧିକ ପାଣି ପିଇବା ଦ୍ୱାରା ଓଭରହାଇଡ୍ରେସନ୍ ସମସ୍ୟା ମଧ୍ୟ ହୋଇପାରେ। ଏଥି ସହିତ ଆହୁରି ଅନେକ ସମସ୍ୟା ମଧ୍ୟ ଦେଖାଦିଏ। ଜାଣନ୍ତୁ ଏହାର ସମସ୍ୟା ବିଷୟରେ…

ଅଧିକ ପାଣି ପିଇବାର ସାଇଡ୍ ଇଫେକ୍ଟ୍‌ସ :

କଡ୍‌ନୀ ସମସ୍ୟା : ଅତ୍ୟଧିକ ପାଣି ପିଇବା ଦ୍ୱାରା କିଡନୀର କ୍ଷତି ହୋଇଥାଏ। ଯେତେବେଳେ ଅଧିକ ପାଣି ପିଇଥାଉ, ଏହି କାରଣରୁ ଆର୍ଜିନାଇନ୍ ଭାସୋପ୍ରେସିନ୍ ର ପ୍ଲାଜମା ସ୍ତର କମିଯାଏ । ଯାହା କିଡନୀ ର କାର୍ଯ୍ୟ କ୍ଷମତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏଥିପାଇଁ  ପାଇଁ ଅତ୍ୟଧିକ ପାଣି ପିଇବା ଠାରୁ ଦୂରେଇ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଲିଭର୍ ସମସ୍ୟା : ଅଧିକ ପାଣି ପିଇବା ଦ୍ୱାରା ଲିଭର୍ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ସେଥିପାଇଁ ଆମେ ଅଧିକ ଜଳ ପାଇବା ଠାରୁ ଦୂରେଇ ରହିବା ଉଚିତ୍।

ହୃଦଘାତ ସମସ୍ୟା : ଯଦି ଆପଣ ଅଧିକ ପାଣି ପିଅନ୍ତି, ତେବେ ହୃଦଘାତର ଶିକାର ହୋଇପାରନ୍ତି। ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ରକ୍ତ ପରିମାଣ ବଢିଥାଏ, ଯାହାର ପ୍ରତ୍ୟକ୍ଷ ଚାପ ହୃଦୟର ରକ୍ତ ଧମନୀ ଉପରେ ପଡେ । ଉଚ୍ଚ ଚାପ ହେତୁ ହୃଦଘାତର ସମ୍ଭାବନା ବଢିଯାଏ, ତେଣୁ ଆମେ ଅଧିକ ଜଳ ପିଇବା ଠାରୁ ଦୂରେଇ ରହିବା ଉଚିତ।

Related Articles

Back to top button