
ଦୃଷ୍ଟିଶକ୍ତି ଜନିତ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଘରୋଇ ଉପାୟ
ଦୁର୍ବଳ ଦୃଷ୍ଟି ଶକ୍ତି କାରଣରୁ ଅନେକ ସମୟରେ ସମସ୍ୟା ସୃଷ୍ଟି ସହ ସମସ୍ତ ସମୟରେ ଚଷମା ପିନ୍ଧିବା ବିରକ୍ତିକର ଅନୁଭବ ହୋଇଥାଏ।
ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ।
ବାଦାମ,ପାନମଧୁରୀ ଓ ମିଶ୍ରିକୁ ସମାନ ମାତ୍ରାରେ ପେଷି ଦିଅନ୍ତୁ। ଏହାର ୧୦ ଗ୍ରାମ ୨୫୦ ମିଲି କ୍ଷୀର ସହ ରାତିରେ ଶୋଇବା ପୂର୍ବରୁ ୪୦ ଦିନ ଯାଏଁ ଲଗାତାର ପିଅନ୍ତୁ।
ଅଁଳାରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ଏହା ଆଖି ପାଇଁ ଖୁବ ଲାଭଦାୟକ।
ଗାଜରରେ ଫସଫରସ,ଭିଟାମିନ ଏ, ଭିଟାମିନ ସି ଓ ଆଇରନ ଅଧିକ ମାତ୍ରାରେ ରହିଛି। ଯାହା ଦୃଷ୍ଟି ଶକ୍ତି ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ।
ସତେଜ ଜାମୁକୋଳି ଖାଇବା ଦ୍ୱାରା ଦୁର୍ବଳ ଦୃଷ୍ଟି ଶକ୍ତି ଜନିତ ସମସ୍ୟା ଦୂର ହୋଇଥାଏ।
ସନ୍ତୁଳିତ ଭୋଜନ କରନ୍ତୁ। ଏହା ଦୁର୍ବଳ ଦୃଷ୍ଟି ଶକ୍ତି ଜନିତ ସମସ୍ୟାକୁ ଦୂର କରିବା ସହ ସମ୍ପୂର୍ଣ୍ଣ ଶରୀର ପାଇଁ ଲାଭଦାୟକ।
ସେହିପରି ସକାଳ ସମୟରେ ସବୁଜ ଘାସ ଉପରେ ନିଶ୍ଚୟ କିଛି ସମୟ ଚାଲନ୍ତୁ। ଏହା ଉତ୍ତମ ଦୃଷ୍ଟି ଶକ୍ତି ପାଇଁ ଖୁବ ଉପକାରୀ।
ସକାଳେ ଉଠିବା ମାତ୍ରେ ନିଜ ହାତର ପାପୁଲିକୁ କିଛି ସମୟ ଘଷି ଉଷ୍ଣ ହେବା ପରେ ଆଖିରେ ସେହି ଉଷ୍ଣ ପାପୁଲିକୁ ହାଲକା ଭାବେ ମାଲିସ କରନ୍ତୁ।
ଗୋଲାପ ଜଳ ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ ସହାୟକ ହୋଇଥାଏ। ଏଥିପାଇଁ ୨ ରୁ ୩ ବୁନ୍ଦା ଗୋଲାପ ଜଳ ସପ୍ତାହକୁ ୨ ରୁ ୩ଥର ଆଖିରେ ପକାନ୍ତୁ।