ବନ୍ଧୁତା ଦିବସ: ଜୀବନକୁ ସୁଖମୟ କରିଥାଏ ବନ୍ଧୁତା

ଜୀବନକୁ ସରସ, ସୁନ୍ଦର ଆଉ ସୁଖମୟ କରିଥାଏ ବନ୍ଧୁତା। ତେବେ ଏହାକୁ ଦୀର୍ଘସ୍ଥାୟୀ କରିବା ପାଇଁ କେତୋଟି କଥା ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ..

*ବନ୍ଧୁତା ବିଶ୍ୱାସ ଉପରେ ତିଷ୍ଠି ରହିଥାଏ। ସେଥିପାଇଁ ବନ୍ଧୁଙ୍କୁ କେବେ ବି ମିଛ କହିବା ଠିକ୍‌ ନୁହେଁ। କାରଣ ସମ୍ପର୍କରେ ମିଛ ଆସିଗଲେ ସମ୍ପର୍କର ମଧୁରତା କମିଯାଏ। ଏପରି କି ବନ୍ଧୁତା ମଧ୍ୟ ଦୁର୍ବଳ ହୋଇଯାଏ।

* ବନ୍ଧୁ ସହ ସମ୍ପର୍କ ନିଃସ୍ବାର୍ଥ ଭରା ହେବା ଦରକାର। କେବେ ବି ବନ୍ଧୁର ଫାଇଦା ଉଠାଇବା ଠିକ୍‌ ନୁହେଁ। ଏପରିକି ପଇସାପତ୍ରର କାରବାର କରିବା ବି ଉଚିତ ନୁହେଁ। ଅବଶ୍ୟ ବନ୍ଧୁର ଆବଶ୍ୟକତା ସମୟରେ ତାକୁ ଟଙ୍କାପଇସାର ସାହାଯ୍ୟ କରାଯାଇପାରେ, କିନ୍ତୁ ତାହାକୁ ନେଇ ପରେ ମନ ଭିତରେ ବଡ଼ିମା ଦେଖାଇବା ଆଦୌ ଶୋଭନୀୟ ନୁହେଁ।

* ପ୍ରିୟ ବନ୍ଧୁକୁ କେବେ କୌଣସି କଥା ଲୁଚାଇବା ଠିକ୍‌ ନୁହେଁ। ଯେତେବେଳେ ବନ୍ଧୁ ବନ୍ଧୁ ଭିତରେ କୌଣସି କଥା ଲୁଚାଲୁଚି ହୁଏ, ସେଠି ସମ୍ପର୍କରେ ନିବିଡ଼ତା ଆସେ ନାହିଁ; ଯଦ୍ଦ୍ବାରା ଧୀରେ ଧୀରେ ବନ୍ଧୁତାରେ ଫାଟ ସୃଷ୍ଟି ହେବାକୁ ଲାଗେ।

* କାହା ସହିତ ବନ୍ଧୁତା କରିଛନ୍ତି ମାନେ ତାହାକୁ ଠିକ୍‌ ରୂପେ ତୁଲାଇବା ବି ଦରକାର। ଅର୍ଥାତ୍‌ ବନ୍ଧୁଙ୍କ ଆବଶ୍ୟକତାବେଳେ ତାଙ୍କ ପାଖରେ ପହଞ୍ଚତ୍ ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ଆବଶ୍ୟକ।

ଏହି କେତୋଟି କଥାକୁ ଯଦି ନଜର ଦିଆଯାଏ, ତା’ହେଲେ ବନ୍ଧୁତା ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ।

Related Articles

Back to top button