ପାନ,ଗୁଟଖା ଖାଇ ସମଲେଶ୍ଵରୀ ମନ୍ଦିରକୁ ପ୍ରବେଶ ନିଷେଧ

ସମ୍ବଲପୁରର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀଙ୍କ ମନ୍ଦିରକୁ ସବୁଦିନ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ଭକ୍ତମାନେ ମା’ଙ୍କ ଦର୍ଶନ କରି ପୁଣ୍ୟ ମଧ୍ୟ ଲାଭ କରିଥାନ୍ତି । ମନ୍ଦିରର ଚତୃପାର୍ଶ୍ଵ ବିଭିନ୍ନ ପ୍ରାକୃତିକ ସୌଦର୍ଯ୍ୟରେ ପରିପୂର୍ଣ୍ଣ । କିନ୍ତୁ ଅଧିକାଂଶ ଭକ୍ତମାନେ ପାନ,ଗୁଟଖା ଭଳି ନିଶା ଦ୍ରବ୍ୟ ସେବନ କରି ମନ୍ଦିର ଭିତରକୁ ପଶି ମନ୍ଦିରର ସୌଦର୍ଯ୍ୟକୁ ନଷ୍ଟ କରୁଛନ୍ତି । ସେଥିପାଇଁ ଆସନ୍ତା କାଲି ଠାରୁ ସମଲେଶ୍ୱରୀ ମନ୍ଦିରରେ ପାନ,ଗୁଟଖା ଭଳି ନିଶା ଦ୍ରବ୍ୟକୁ ବ୍ୟାନ କରାଯାଇଛି । ଯାହା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଯଦି କୌଣସି ଭକ୍ତ ଏ ନିୟମ ଉଲଘଂନ କରି ମନ୍ଦିରକୁ ପ୍ରବେଶ କରିବ ତେବେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Back to top button