ଆସନ୍ତୁ ବନାଇବା ସେ ଶୁଦ୍ଧ ଶାକାହାରୀ ବାଇଗଣ ଚଟପଟା ଚଟଣି

ଉପକରଣ: ବାଇଗଣ, ଲାଲ ଆଳୁ/ଆଳୁ,ଲୁଣ,ହଳଦୀ,ଲଙ୍କାଗୁଣ୍ଡ,କଞ୍ଚା ଲଙ୍କା,ତେନ୍ତୁଳି,କିସମିସ,ଚିନି/ଗୁଡ଼।

ପ୍ରସ୍ତୁତି ପ୍ରଣାଳୀ:କଷି ବାଇଗଣ ହେଲେ ଭଲ। ବାଇଗଣ ଗୁଡ଼ିକୁ ଭଲ ଭାବେ ଧୋଇ ମୁଣ୍ଡି ଛଡାଇ କୁଚି କୁଚି କରି କାଟିବେ ଏବଂ ତେଲରେ ଭାଜିବେ।ଏହାପରେ ଲାଲ ଆଳୁ କିମ୍ବା ସାଧାରଣ ଆଳୁକୁ କାଟି କଢ଼େଇ ରେ ପାଞ୍ଚ ଫୁଟଣ ଦେଇ ଭାଜିବେ। ତାପରେ ଲୁଣ,ହଳଦୀ,ଗୋଟା କଞ୍ଚା ଲଙ୍କ,ପାଣି ଦେଇ ସିଝାଇବେ।ସିଝିଯିବା ପରେ ତେନ୍ତୁଳି ପାଣି ଓ ଲଙ୍କା ଗୁଣ୍ଡ ଦେଇ ଆଳୁକୁ ଭଲ ଭାବେ ସିଝାଇବେ, ସିଝିଗଲେ ଆବଶ୍ୟକ ଅନୁସାରେ ଚିନି କିମ୍ବା ଗୁଡ଼ ପକାଇବେ। ତାପରେ ପରେ ଭଜା ବାଇଗଣ ଛାଡି,ଭଲ ଭାବେ ଗୋଳାଇ, ଧଣିଆ ପତ୍ର ଦେଇ ଓହ୍ଲାଇ ରଖିବେ। ବାସ୍ ପ୍ରସ୍ତୁତି ହୋଇଗଲା ବାଇଗଣ ଚଟ ପଟା ଚଟଣି। ଗରମ ଗରମ ପରଟା,ରୋଟି କିମ୍ବା ଭାତ ସହିତ ଖାଇପାରିବେ।

Related Articles

Back to top button