ଡିଜିଟାଲ ଭିଜନ ସିଣ୍ଡ୍ରୋମ – ମୋବାଇଲ, କମ୍ପ୍ୟୁଟରର ଡିଜିଟାଲ ସ୍କ୍ରିନ ପାଇଁ ଚାଲିଯାଉଛି ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଆଜି ସ୍ମାର୍ଟଫୋନର ବ୍ୟବହାର ଏତେମାତ୍ରାରେ ବଢ଼ିଯାଇଛି ଯେ, ଏଥିରୁ ମୁକୁଳିବା ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିଛି । ତେବେ ସ୍ମାର୍ଟଫୋନ ମଣିଷର ବିନାଶର କାରଣ ସାଜିପାରେ, ଏନେଇ କିଛି ସଙ୍କେତ ମିଳିସାରିଲାଣି । ନିକଟରେ ହାଇଦ୍ରାବାଦର ଜଣେ ମହିଳା ସ୍ମାର୍ଟଫୋନ କାରଣରୁ ଦୃଷ୍ଟିଶକ୍ତି ହରାଇଛନ୍ତି ।

ଡିଜିଟାଲ ଉପକରଣର ସ୍କ୍ରିନକୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ମଣିଷକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ତେଣୁ କିଛି ସମୟ ବ୍ୟବଧାନରେ ଡିଜିଟାଲ ସ୍କ୍ରିନରୁ ବ୍ରେକ ନେବାର ଆବଶ୍ୟକତା ରହିଛି । ତେବେ ଡିଜିଟାଲ ଭିଜନ ସିଣ୍ଡ୍ରୋମ ମଣିଷକୁ ଅନ୍ଧ କରିଦେଇପାର ବୋଲି ହାଇଦ୍ରାବାଦର ଜଣେ ଡା. ସୁଧୀର କୁମାର ନିକଟରେ ଟ୍ୱିଟରରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଶେୟାର କରିଛନ୍ତି ।

ଡାକ୍ତର କହିଛନ୍ତି, ଅନ୍ଧାରରେ ସ୍ମାର୍ଟଫୋନ ଚଳାଇବା କାରଣରୁ ଜଣେ ୩୦ ବର୍ଷୀୟ ମହିଳାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି । ଉକ୍ତ ମହିଳାଙ୍କ ନାମ ମଞ୍ଜୁ ଓ ତାଙ୍କ ଠାରେ ଏକାଗ୍ରତାର ଅଭାବ କ୍ରମାଗତ ଭାବେ ଦେଖାଯାଉଥିଲା । ଏପରିକି ଅନେକ ସମୟରେ ମହିଳା ଜଣଙ୍କ କିଛି ବି ଦେଖିପାରୁନଥିଲେ । ବିଶେଷ କରି ରାତିରେ ସେ କିଛି ସେକେଣ୍ଡ ପାଇଁ କିଛି ଦେଖିପାରୁନଥିଲେ । ଏହାପରେ ସେ ଜଣେ ଆଖି ବିଶେଷଜ୍ଞଙ୍କ ନିକଟକୁ ଯାଇଥିଲେ, ମାତ୍ର ତାଙ୍କର ଆଖିର ସବୁକିଛି ଠିକଠାକ୍ ଥିଲା । ଏହାପରେ ନ୍ୟୁରୋଲୋଜିକାଲ କାରଣ ବିଷୟରେ ଜାଣିବା ପାଇଁ ତାଙ୍କୁ ରେଫର କରାଯାଇଥିଲା ।

Related Articles

Back to top button