କୋଚିଂ ସେଣ୍ଟର ଯାଇପାରିବେ ନାହିଁ ୧୬ ବର୍ଷରୁ କମ୍ ପିଲା

କୋଚିଂ ସେଣ୍ଟର ଲାଗି ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର । ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଏବେ କୋଚିଂ ସେଣ୍ଟର ମନା । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସର୍ବନିମ୍ନ ମାନ ପାଇଁ ଏପରି ଗାଇଡଲାଇନ୍ ଆଣିିଲେ ସରକାର ।୧୬ ବର୍ଷରୁ କମ୍ ପିଲାଙ୍କୁ ନେଇ ପାରିବେନି କୋଚିଂ ସେଣ୍ଟର ।ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ । ଗ୍ରାଜୁଏସନ ଠାରୁ କମ୍ ଶିକ୍ଷା ପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେନି । ଏହା ସହିତ ଭଲ ର‌୍ୟାଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ବି ଦେଇପାରିବେନି ।

Related Articles

Back to top button