ଥାଇରଏଡ୍‌ ରୋଗୀଙ୍କ ପାଇଁ ଲାଭଦାୟକ ଆଲମଣ୍ଡ

ଥାଇରଏଡ୍‌ ରୋଗୀମାନଙ୍କ ମନରେ କ’ଣ ଖାଇବେ କ’ଣ ନ ଖାଇବେ ତାକୁ  ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଚାଲନ୍ତୁ ଦେଖିବା ଆଲମଣ୍ଡ ଥାଇରଏଡ୍‌  ରୋଗୀଙ୍କ ପାଇଁ କେତେ ଲାଭଦାୟକ। ଥାଇରଏଡ୍‌ ଗ୍ରନ୍ଥି ଶରୀରରେ କିଛି ମହତ୍ତ୍ୱପୂର୍ଣ୍ଣ ହର୍‌ମୋନ୍‌ ତିଆରି କରିଥାଏ। ଯାହା ମେଟାବଲିଜିମ୍‌କୁ ନିୟନ୍ତ୍ରିତ କରିବା ସହ ଶରୀରର ବିଭିନ୍ନ  ଅଙ୍ଗ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଥାଇରଏଡ୍‌  ଗ୍ରନ୍ଥିକୁ ସୁସ୍ଥ ରଖିବା ପାଇଁ ପୋଷାକ ତତ୍ତ୍ୱରେ  ଭରା ଖାଦ୍ୟ ଖାଇବାକୁ ଗୁରୁତ୍ୱ ଦିଅନ୍ତୁ।

ଏଥିପାଇଁ ପ୍ରୋଟିନ୍‌ ଓ ହେଲ୍‌ଦୀ ଫ୍ୟାଟ୍‌  ଖାଦ୍ୟରେ ସାମିଲ୍‌ କରନ୍ତୁ। ଆଲମଣ୍ଡ  ହେଉଛି ପ୍ରୋଟିନ୍‌, ଫାଇବର୍‌,  ଓମେଗା-୩ ଓ ଫ୍ୟାଟି ଏସିଡ୍‌  ପରି ପୋଷକ ତତ୍ତ୍ୱରେ ଭରା । ଥାଇରଏଡ୍‌ ଥିବା ରୋଗୀଙ୍କଠାରେ  ଅଧିକ ଥକ୍କା, ଅଚାନକ ଓଜନ ବଢିବା  ବା କମିବା, କେଶ ଝଡ଼ିବା, ଓ ଖରାପ  ପାଚନ କ୍ରିୟା ପରି ସମସ୍ୟା ଦେଖା ଦେଇଥାଏ । କୁହାଯାଏ ଯେ ଥାଇରଏଡ୍‌ ରୋଗୀ ସକାଳେ ଖାଲି  ପେଟରେ ଆଲମଣ୍ଡ ଖାଇବା ଦ୍ୱାରା ଏହି ସମସ୍ୟା କିଛି  କମ୍‌ ହୋଇଥାଏ। ଥାଇରଏଡ୍‌ରେ ଆଲମଣ୍ଡ ଆଲମଣ୍ଡ ପୋଷକ ତତ୍ତ୍ୱରେ ଭରା। ଏହା ମଧ୍ୟ ବେଶ୍‌ ସ୍ୱାସ୍ଥ୍ୟପ୍ରଦ । କିନ୍ତୁ  ଥାଇରଏଡ୍‌ ରୋଗୀ ଆଲମଣ୍ଡ ଖାଇବା ଦ୍ୱାରା କେତେକ ଖାସ୍‌ ଲାଭ  ଦେଖିବାକୁ ମିଳି ନଥାଏ।

ଯେପରିକି କେଶ ଝଡ଼ିବା,  ପେଟ ଖରାପ ଓ ଥକ୍କା ଲାଗିବା ଆଦି  ଉପରେ କିଛି ପ୍ରଭାବ ପଡି ନଥାଏ।  କାରଣ ଥାଇରଏଡ୍‌ ହେବା ପରେ  ପାଚନ କ୍ରିୟା ଓ ମେଟାବଲିଜିମ୍‌  ଠିକ୍‌ ଭାବେ କାମ କରି  ନଥାଏ ଏବଂ ପେଟ ଖରାପ  ରହିଥାଏ । ଆଲମଣ୍ଡ ଗରିଷ୍ଠ  ଖାଦ୍ୟରେ ଅର୍ନ୍ତଭୁକ୍ତ, ଯାହା ସହଜରେ ହଜମ ହୋଇ ନଥାଏ । ତେଣୁ ଏଥିରେ ଥିବା ପୋଷକ  ତତ୍ତ୍ୱ ଶରୀର ଠିକ୍‌ ଭାବେ ଅବଶୋଷିତ  ହୋଇପାରେନା। ବରଂ ପେଟରେ ସମସ୍ୟା  ସୃଷ୍ଟି କରିଥାଏ। ଅବଶ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ  ଆପଣ ଆଲମଣ୍ଡ ଖାଇପାରିବେ। କିଛି ରୋଗ ଥିଲେ  ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରନ୍ତୁ ନାହିଁ।

Related Articles

Back to top button