ମାନସିକ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଉଛି ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଜିକାଲି ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇବା ସହ ନଷ୍ଟ କରିବାରେ ଲାଗିଛି ସୋସିଆଲ ମିଡିଆ। ଯାହା ସେମାନଙ୍କ ଭବିଷ୍ୟତ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପଛରେ ପକାଇ ଏସବୁ ପ୍ରତି ବେଶୀ ପ୍ରଭାବିତ ହେଉଛି ଜେଡ୍ ଜେନେରେସନ୍ ।

୧୯୯୦ ମସିହାରୁ ୨୦୦୦ ମସିହା ମଧ୍ୟରେ ଜନ୍ମ ନେଇଥିବା ଏକ ଜେନେରେସନକୁ କୁହାଯାଏ ଜେଡ୍-ଜେନେରେସନ୍ । ତେବେ ସେମାନଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବକୁ ନେଇ ଏକ ରିସର୍ଚ୍ଚରୁ ଅନେକ କିଛି ଜାଣିବାକୁ ମିଳିଛି । ରିସର୍ଚ୍ଚରୁ ଜଣାଯାଇଛି ଯେ, ଏହି ପିଢୀକୁ ସୋସିଆଲ ମିଡିଆ ଧିରେ ଧିରେ ନିଜ କବଳକୁ ନେବାରେ ଲାଗିଛି । ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରୁଛି ଏହି ସୋସିଆଲ ମିଡିଆ । ଅନ୍ୟ କୌଣସି ଜେନେରେସନ ଅନୁସାରେ ଜେଡ୍ ପିଢିର ଜେଡରମାନେ ସାମାଜିକ ଗଣମାଧ୍ୟମ ଦ୍ୱାରା ଅଧିକ ପ୍ରତିକୂଳ ପ୍ରଭାବର ବଶବର୍ତ୍ତୀ ହୋଇଥାନ୍ତି । ତେବେ ରିସର୍ଚ୍ଚରୁ ଜଣାଯାଇଛି ଯେ, ଏହି ପିଢିର ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣଙ୍କର ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ ହେଉଛି । ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିଚାଲିଛି । ମସ୍ତିଷ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କାନା ଏନୋମୋଟୋଙ୍କ କହିବା ଅନୁସାରେ, ଏହି ପିଢିର ନାଗରିକମାନେ ଆଗାମୀ ଲିଡର ଏବଂ ଭବିଷ୍ୟତର ସମ୍ବଳ । କିନ୍ତୁ ତାଙ୍କ ମାନସିକ ସ୍ୱାସ୍ଥ୍ୟରେ ଏହି ଅବନତି ଦେଶ ପାଇଁ ବିପଦ ଆଣିପାରେ ।

ସୂଚନା ଅନୁସାରେ, ୨୬ଟି ଦେଶର ୪୨ ହଜାର ଜଣ ଅଂଶଗ୍ରହଣ କରିଥିଲେ । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୪ ଜଣରୁ ଜଣେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଥିବା ଦେଖାଯାଇଛି । ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଖୁବ ଖରାପ ରହୁଥିବା ବେଳେ ସୋସିଆଲ ମିଡିଆ ପ୍ରତି ବେଶୀ ଅକୃଷ୍ଟ ହେଉଛନ୍ତି ।

Related Articles

Back to top button