ବରଗଡ ଜିଲ୍ଲା ଭଟଲିରେ ସଡକ ଦୁର୍ଘଟଣାରେ ୩୦ ଜଣ ଆହତ, ୧୦ ଜଣଙ୍କ ଅବସ୍ଥା ଗୁରୁତର 

ବରଗଡ: ବରଗଡ ଜିଲ୍ଲା ଭଟଲିରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର  ଅଛି।ଏହି ଦୁର୍ଘଟଣା ସୋମବାର ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ ଘଟିଛି । ଏକ ପିକଅପ ଭ୍ୟାନରେ ଭେଡେନ ଥାନା ଅନ୍ତର୍ଗତ ଗୁଡ଼ି ଗାଁର ଏକ କୀର୍ତ୍ତନ ଗ୍ରୁପ  ଛତିଶଗଡ ଯାଉଥିଲେ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିଲେ ।  ପିପଲମୁଣ୍ଡା ଛକ ନିକଟରେ ପିକ ଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଲା । ଫଳରେ ଗାଡିରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ସେମାନଙ୍କୁ  ଆମ୍ବୁଲାନ୍ସରେ ନେଇ ବରଗଡ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲା । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା  ଗୁରୁତର ଥିବା କୁହାଯରାଉଛି ।

Related Articles

Back to top button