ଆସନ୍ତା କାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଆସନ୍ତା କାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ୧୬ ତାରିଖରେ ହେବ ଅବପାତ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ । ପରେ ଅଧିକ ଘନୀଭୂତ ହେବ କି ନାହିଁ ଓ କେଉଁ ରୂପ ଧାରଣ କରିବ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସ ପୂର୍ବାନୁମାନ କରିଛନ୍ତି, ସମ୍ଭାବ୍ୟ ଲଘୁଚାପ ନେଇପାରେ ଅବପାତ କିମ୍ବା ବାତ୍ୟାର ରୂପ ।

ନିକୋଲ୍ସ କହିଛନ୍ତି, କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଅବପାତ କିମ୍ବା ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ସପ୍ତାହ ଶେଷ ଆଡକୁ ଉତ୍ତର-ପୂର୍ବ ଭାରତ ଓ ବାଂଲାଦେଶ ଉପକୂଳ ଅତିକ୍ରମ ପୂର୍ବରୁ ଏହା ଘନୀଭୂତ ହେବ । ଏହାର ପ୍ରଭାବରେ ସପ୍ତାହ ମଧ୍ୟଭାଗରେ ତାମିଲନାଡୁ ଓ ପୁଡୁଚେରୀରେ ବର୍ଷା ସମ୍ଭାବନା ରହିଛି ।

Related Articles

Back to top button