ବର୍ଷାଦିନେ ତ୍ୱଚା ସମସ୍ୟା ପାଇଁ ଲଗାନ୍ତୁ ନିମ୍ବପତ୍ର

ବର୍ଷାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦୂରକରି ସୁନ୍ଦରତା ବଢ଼ାଇବା ପାଇଁ ନିମ୍ବପତ୍ର ବ୍ୟବହାର କରନ୍ତୁ।

-ତ୍ୱଚାରେ ଥିବା କଳାଦାଗ ଦୂରକରିବା ପାଇଁ ନିମ୍ବପତ୍ରରେ ଟୋନର ତିଆରି କରିପାରିବେ। ଏଥିପାଇଁ ନିମ୍ବପତ୍ରକୁ ପାଣିରେ ଭଲଭାବେ ସିଝାଇ ଦିଅନ୍ତୁ। ଥଣ୍ଡା ହେବା ପରେ ତୁଳାରେ ଏହି ପାଣିକୁ ରାତିରେ ମୁହଁରେ ଲଗାନ୍ତୁ।
-ନିମ୍ବ ଫେସ୍‌ ପ୍ୟାକ୍‌ ଲଗାଇ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇପାରିବେ। ଏଥିପାଇଁ ନିମ୍ବପତ୍ରକୁ ବାଟି ସେଥିରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌କୁ ମୁହଁରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ତା’ପରେ ଧୋଇଦିଅନ୍ତୁ।
-ତ୍ୱଚାରେ ବ୍ରଣ ନ ହେବା ପାଇଁ ବି ନିମ୍ବପତ୍ରକୁ ଲଗାଇପାରିବେ। ନିମ୍ବପତ୍ରକୁ ବାଟି ସେଥିରେ ହଳଦୀ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରନ୍ତୁ। ଏହି ପ୍ୟାକ୍‌ ମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଧୋଇଦିଅନ୍ତୁ। କିଛିଦିନ ପରେ ବ୍ରଣ ହେବ ନାହିଁ।
-ତ୍ୱଚା ଅତ୍ୟଧିକ ତୈଳାକ୍ତ ହୋଇଥିଲେ ନିମ୍ବପତ୍ର ପ୍ୟାକ୍‌ ଲଗାନ୍ତୁ। ଏହି ପ୍ୟାକ୍‌ ତିଆରି କରିବା ପାଇଁ ନିମ୍ବପତ୍ରକୁ ବାଟି ସେଥିରେ ମୁଲତାନୀ ମାଟି ଓ ମହୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇଦିଅନ୍ତୁ। ଏହି ପ୍ୟାକ୍‌ ଲଗାଇଲେ କିଛିଦିନ ପରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ।

Related Articles

Back to top button