
ଆଜି ‘ୱାର୍ଲ୍ଡ ହାର୍ଟ ଡେ-୨୦୨୨’: ଅତ୍ୟଧିକ ବ୍ୟାୟାମ କରିବା ଯୋଗୁଁ ହୃଦରୋଗଜନିତ ସମସ୍ୟା ଦେଖାଦେଉଛି!
ଆଜି ‘ୱାର୍ଲ୍ଡ ହାର୍ଟ ଡେ’। ପ୍ରତିବର୍ଷ ୨୯ ଡିସେମ୍ବରକୁ ‘ବିଶ୍ୱ ହୃଦୟ ଦିବସ’ ଭାବେ ପାଳନ କରାଯାଇଥାଏ । ହୃଦୟକୁ ସୁସ୍ଥ ରଖିବା ଏବଂ ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି। ଏବେ ଅନ୍ୟାନ୍ୟ ରୋଗ ତୁଳନାରେ ସର୍ବାଧିକ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ହୃଦରୋଗ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି ଏବଂ ଏହାର ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ ପାଇଁ ଏପରି ଘଟୁଛି କହିପାରିବା। ଏପରି ପରିସ୍ଥିତିରେ ଏକ ସୁସ୍ଥ ଜୀବନ ପାଇଁ ଆମେ ଆମର ହୃଦୟର ଯତ୍ନ ନେବା ଆବଶ୍ୟକ।
ଆଜିକାଲି ଅନେକ କମ୍ ବୟସର ଲୋକଙ୍କର ହୃଦ୍ଘାତରେ ପୀଡିତ ଥିବା ଦେଖିବାକୁ ମିଳୁଛି। ନିକଟରେ ଏମିତି ବହୁତ ବଲିଉଡ଼ ସେଲିବ୍ରିଟିଙ୍କର ହୃକଘାତଜନିତ ଅକାଳ ବିୟୋଗ ଘଟିଛି। କେବେଳ ସେଲିବ୍ରିଟି କାହିଁକି, ଦେଶର ଅନେକ ଯୁବପିଢି ଏପରିକି ଆମ ସାହି ପଡିଶା ଲୋକେ ମଧ୍ୟ ଏପରି ହୃଦଜନିତ ସମସ୍ୟାର ଶୀକାର ହୋଇଥିବା ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ହାଇଡ୍ରେଟେଡ୍ ରହିବା ଏବଂ ଅତ୍ୟଧିକ ଶାରୀରିକ କାର୍ଯ୍ୟକଳାପ ତଥା ବ୍ୟାୟାମ କରିବା, ଜିମ ଯିବାଦ୍ୱାରା ଆଜିର ଯୁବପିଢିଙ୍କୁ ଅତ୍ୟଧିକ ହୃତରୋଗଜନିତ ସମସ୍ୟା ଦେଖାଦେଉଛି।
ବିଶ୍ୱର ଅଗ୍ରଣୀ ହୃଦ୍ରୋଗ ସର୍ଜନ ତଥା ମୁମ୍ବାଇର ଏସୀୟାନ ହାର୍ଟ ଇନଷ୍ଟିଚ୍ୟୁଟର ମୁଖ୍ୟ ଡ. ରମାକାନ୍ତ ପଣ୍ଡା ଏନଡିଟିଭିଙ୍କୁ କହିଛନ୍ତି, ‘ହଠାତ୍ ମୃତ୍ୟୁ ଘଟିବା ଯୁବପିଢିଙ୍କଠାରେ ଅଧିକ ଦେଖାଉଛି। କାରଣ ସେମାନଙ୍କର ଶରୀରରେ ବିକଳ୍ପ ପ୍ରଚାର ପ୍ରସାର ବିକଶିତ ହୋଇନଥାଏ। ଏହା ବୟସ୍କ ଲୋକଙ୍କ କ୍ଷେତ୍ରରେ ଦେଖାଦିଏ ନାହିଁ। କାରଣ ସମୟ ସହିତ ସେମାନଙ୍କ ଶରୀରରେ ଥିବା ବ୍ଲକେଜ୍ ବିକଶିତ ହୁଏ। ଆଉ ଶରୀର ଏହାର ଚାରିପାଖରେ କାମ କରିବା ଆରମ୍ଭ କରେ ଏବଂ ପରିବର୍ତ୍ତନରେ ଅଭ୍ୟସ୍ତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇଥାଏ।’
ଯୁବପିଢି ଅତ୍ୟଧିକ ବ୍ୟାୟାମ କରିବା, ଖରାପ ଜୀବନଶୈଳୀ ଆପଣେଇବା ହୃଦଜନୀତ ସମସ୍ୟାର ଏକ କାରଣ ହୋଇପାରେ ବୋଲି କହାପାରିବା। ଖାଦ୍ୟପାନୀୟରେ ନିୟନ୍ତ୍ରଣ, ଉଚିତ ବ୍ୟାୟାମ ଏବଂ ମାନସିକ ଚାପମୁକ୍ତ ରହି ମଣିଷ ଏହି ଆଶଙ୍କାକୁ ଅନେକ ମାତ୍ରାରେ କମ କରିପାରେ। ତେବେ ଆସନ୍ତୁ ଜାଣିବା ଏପରି କେଉଁ ଖଦ୍ୟ ରହିଛି ଯାହାର ଅତ୍ୟଧିକ ସେବନ କଲେ ଆମ ହୃହୟକୁ କ୍ଷତି ପହଞ୍ଚାଇପାରେ…